ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ; ରାତିରେ ଶୋଇଥିବା ବେଳେ କାମୁଡ଼ିଲା ସାପ

ରାତିରେ ଶୋଇଥିଲେ, କାମୁଡ଼ିଦେଲା ବିଷାକ୍ତ ସାପ । ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ । 

ରାୟଗଡ଼ା: ଏମିତି ବି ଆସେ ମୃତ୍ୟୁ। ରାତିରେ ଶୋଇଥିଲେ, କାମୁଡ଼ିଦେଲା ବିଷାକ୍ତ ସାପ । ଚାଲିଗଲା ମହିଳା ସରପଞ୍ଚଙ୍କ ଜୀବନ । ରାୟଗଡ଼ା ବ୍ଲକ କୁଲି ପଞ୍ଚାୟତ ମହିଳା ସରପଞ୍ଚଙ୍କ ବିଳମ୍ବିତ ତାରିରେ ମୃତ୍ୟୁ ହୋଇଛି ।

ମୃତକ ହେଲେ ମାଙ୍ଗି କାଡ୍ରାକା ।  ରାତିରେ ଶୋଇଥିବା ବେଳେ କେଉଁ ବିଷାକ୍ତ ସାପ କାମୁଡ଼ିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ରାୟଗଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସରପଞ୍ଚଙ୍କୁ ମୃତ ଘୋଷଣା କରିଥିଲେ । ସରପଞ୍ଚଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ।