ବାପା ସହ ମିଶି ନିଜ ମଥାର ସିନ୍ଦୂର ପୋଛିଦେଲା ସ୍ତ୍ରୀ

ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ।

ପୋଲସରା: ଓଡ଼ିଶାରେ ବୀଭତ୍ସ ହତ୍ୟାକାଣ୍ଡ।  ବାପା ସହ ମିଶି ନିଜ ମଥାର ସିନ୍ଦୂରକୁ ପୋଛିଦେଲା ସ୍ତ୍ରୀ। ବାପା ସହ ମିଶି ସ୍ୱାମୀକୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି ସ୍ତ୍ରୀ। ଘର ସାରା ଲହଡ଼ି ମାରୁଛି ସ୍ୱାମୀର ରକ୍ତ।

ସକାଳୁ ସକାଳୁ ଆସିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ ଘଟଣା। ନିଜ ବାପା ସହ ମିଶି ସ୍ୱାମୀକୁ ଛୁରୀ ଭୁସି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ଘର ଭିତରେ ଖଟ ଉପରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ। ବୋହୂ ନିଜ ବାପା ସହ ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା’। ମୃତ ଯୁବକ ହେଲେ କାଳୁଚରଣ ସେଠୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କବିସୂର୍ଯ୍ୟନଗର ଥାନା ପୋଲିସ ତଦନ୍ତ ଚଳାଇଛି।