fbpx

ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ମାଲକାନଗିରିର ଭାଇରାଲ ଭିଡିଓ

ମାଲକାନଗିରି(ଓଡ଼ିଶା ଭାସ୍କର): ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ସ୍କୁଲ ମାମଲା ନୁହେଁ, ବରଂ ବ୍ୟକ୍ତିଗତ କଥାବାର୍ତ୍ତାକୁ ନେଇ ମାଡ଼ ମରାଯାଇଥିବା ଜଣାପଡିଛି । ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତରେ ଶିକ୍ଷକଙ୍କୁ ମାଡ଼ ମାରିଥିଲେ ଶିକ୍ଷୟତ୍ରୀ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଟିଗଲ ଗ୍ରାମ ପଞ୍ଚାୟତର ଏମ.ପି.ଭି୬୫ ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ।

ତେବେ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତରେ ଶିକ୍ଷକଙ୍କୁ ମାଡ ମାରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଡ ଖାଇଥିବା ଶିକ୍ଷକ । ମାଡ ମାରୁଥିବା ସମୟର ଏକ ଭିଡିଓ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଏମ.ପି.ଭି ୬୫ ଗ୍ରାମର ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧରେ ବ୍ୟକ୍ତିଗତ ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ହଠାତ ଉତ୍ତେଜିତ ହୋଇ ଶିକ୍ଷୟତ୍ରୀ ଜଣକ ଅନ୍ୟ ଜଣେ ସାଥି ଶିକ୍ଷକଙ୍କୁ ମାଡ ମାରିଥିଲେ । ତେବେ ଏହି ଭିଡିଓ କେବେକାର ତାହା ସ୍ୱଷ୍ଟ ହୋଇ ନଥିବା ବେଳେ ଏହି ଭିଡିଓ ଭାଇରାଲ ହେବା ପରେ ମାଲକାନଗିରି ବାସୀ ଘୋର ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ଭାଇରାଲ ଭିଡିଓ…

Get real time updates directly on you device, subscribe now.