fbpx

ଯୁବକଙ୍କ ଉପରେ ଏସିଡ୍ ଆଟାକ୍ କଲେ ମହିଳା, ଚାଲିଗଲା ଗୋଟେ ପଟ ଆଖିର ଦୃଷ୍ଟି ଶକ୍ତି; ହସ୍ପିଟାଲରେ ଭର୍ତ୍ତି

ଇଡୁକ୍କୀ: କେରଳରୁ ଏସିଡ୍ ଆକ୍ରମଣର ଖବର ସାମ୍ନାକୁ ଆସିଛି । ବିବାହ ପ୍ରସ୍ତାବକୁ ମନା କରିବାରୁ ମହିଳା ଜଣକ ଯୁବକଙ୍କ ଉପରେ ଏସିଡ୍ ଫୋପାଡ଼ି ଦେଇଛନ୍ତି । ଯୁବକଙ୍କ ଅବସ୍ଥା ଏବେ ଗୁରୁତର ଥିବା ବେଳେ ତାଙ୍କୁ ଥରୁବନ୍ତପୁରମ୍ ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳା ଜଣକ ଦୁଇଟି ସନ୍ତାନଙ୍କ ମାଆ ହୋଇଥିବା ନେଇ ପୋଲିସ୍ ସୂଚନା ଦେଇଛି । ଏହି ଘଟଣା ନଭେମ୍ବର ୧୬ ତାରିଖ ଦିନ ଘଟିଥିବା ଜଣାପଡ଼ିଛି । ଏବେ ଯୁବକଙ୍କ ଗୋଟେ ପଟ ଆଖିର ଦୃଷ୍ଟି ଶକ୍ତି ଚାଲିଯାଇଥିବା ସହିତ ମୁହଁର କିଛି ଅଂଶ ପୋଡ଼ିଯାଇଛି ।

ପୋଲିସ୍ ର ସୂଚନା ମୁତାବକ, ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଅରୁଣ କୁମାର ଓ ୩୫ ବର୍ଷୀୟା ଶିବା ଫେସବୁକ୍ ଜରିଆରେ ପରିଚିିତ ହୋଇଥିଲେ । ଧୀରେ ଧୀରେ ଦୁହେଁ କଥାବାର୍ତ୍ତା ଆରମ୍ଭ କରିଥିଲେ । ପରେ ଅରୁଣ ଜାଣିବାକୁ ପାଇଥିଲେ ଯେ, ଶିବାଙ୍କର ଦୁଇଟି ସନ୍ତାନ ମାଆ । ତେଣୁ ସେ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲେ । ହେଲେ ମହିଳା ଜଣକ ତାଙ୍କୁ ବ୍ଲାକମେଲ୍ କରିବାକୁ ଆରମ୍ଭ କରିଥିଲେ । ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ ।

ଅରୁଣ ନଭେମ୍ବର ୧୬ ତାରିଖ ଦିନ ନିଜ ସାଙ୍ଗ ମାନଙ୍କ ସହିତ ଗୋଟିଏ ଗିରଜାଘର ପାଖକୁ ନିଜ ସାଙ୍ଗ ମାନଙ୍କ ସହିତ ଟଙ୍କା ଦେବା ପାଇଁ ଯାଇଥିଲେ । ଏହି ସମୟରେ ଉକ୍ତ ମହିଳା ଜଣକ ଅରୁଣଙ୍କ ମୁହଁ ଉପରକୁ ଏସିହ୍ ଫୋପାଡ଼ି ଦେଇଥିଲେ । ତେବେ ଏସବୁ ର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜ ରେ କଏଦ୍ ହୋଇଥିଲା । ଫୁଟେଜରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ଅରୁଣଙ୍କର ପଛରେ ଠିଆ ହୋଇଛନ୍ତି । ତେବେ ଏସିଡ୍ ଫୋପାଡ଼ିବା ସମୟରେ ମହିଳା ଜଣକ ମଧ୍ୟ ଆଂଶିକ ଭାବରେ କ୍ଷତ ହୋଇଛନ୍ତି । ଶୁକ୍ରବାର ଦିନ ଏନେଇ ମାମଲା ରୁଜୁ କରାଯାଇଥିଲା । ଶନିବାର ଦିନ ଶିବାକୁ ଗିରଫ କରାଯାଇଛି ।

Get real time updates directly on you device, subscribe now.