fbpx

ହୋଟେଲରେ ହେୟାର ଡ୍ରାୟର ବ୍ୟବହାର କରିବାରୁ ପଡ଼ିଲା ୧ ଲକ୍ଷ ଟଙ୍କା ଜୋରିମାନା: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଛୁଟିସମୟରେ ଘରୁ ବାହାରକୁ ବୁଲିବାକୁ ଯିବା ବେଳେ ଭଲ ହୋଟେଲରେ ରହିବା ସମସ୍ତଙ୍କୁ ପସନ୍ଦ । ତେବେ ହୋଟେଲରେ ଅନେକ ଜିନିଷ ବ୍ୟବହାର କରିବା ପାଇଁ ସମସ୍ତ ପ୍ରକାର ସ୍ୱାଧୀନତା ଥାଏ । ତେବେ ଏଥିପାଇଁ ଜଣେ ମହିଳାଙ୍କୁ ଏକ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି । ଶୁଣିବାକୁ ଅଜବ ଲାଗୁଥିଲେ ବି ଘଟଣାଟି ସତ । ଅଷ୍ଟ୍ରେଲିଆର ପର୍ଥ ସହରରେ ଥିବା ନୋଭୋଟେଲ ପର୍ଥ ଲ୍ୟାଙ୍ଗଲୀ ନାମକ ହୋଟେଲରେ ଏହି ପରି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କେଲୀ ନାମକ ଜଣେ ମହିଳା ଏହି ହୋଟେଲରେ ଗୋଟିଏ ରାତି ପାଇଁ ୨୪୦ ଆମେରିକୀୟ ଡଲାର(ପ୍ରାୟ ୧୬,୦୦୦ ଭାରତୀୟ ଟଙ୍କା) ଦେଇ ଏକ ରୁମ ବୁକ କରିଥିଲେ । ଗତ ଶନିବାର ଦିନ ସେ ଏକ କନସର୍ଟ ଦେଖିବା ପାଇଁ ସେଠାରେ ପହଞ୍ଚିଥିଲେ । ତେବେ କନସର୍ଟକୁ ଯିବା ପାଇଁ କେଲି ପ୍ରସ୍ତୁତ ହେଉଥିବା ସମୟରେ ସେ ନିଜର ‘ଡାଇସନ’ କମ୍ପାନୀର ହେୟାର ଡ୍ରାୟର ବ୍ୟବହାର କରିଥିଲେ । ତେବେ ଆଶ୍ଚର୍ଜ୍ୟଜନକ କଥା ହେଉଛି ତାଙ୍କର ଏହି ହେୟାର ଡ୍ରାୟର କାରଣରୁ ହୋଟେଲର ଫାୟାର ଆଲାର୍ମ ବାଜିଥିଲା । ଏହି କାରଣରୁ ତାଙ୍କ ରୁମରେ ଅଗ୍ନିଶମ ବିଭାଗ ମଧ୍ୟ ତାଙ୍କ ରୁମରେ ପହଞ୍ଚି ଯାଇଥିଲେ ।

ଏହି ଆଲାର୍ମ ତାଙ୍କ ହେୟାର ଡ୍ରାୟର କାରଣରୁ ବାଜିଥିବା କହିଥିଲେ ଅଗ୍ନିଶମ ବିଭାଗ । ତେବେ କେଲୀ ହୋଟେଲରୁ ଚେକ ଆଉଟ କରିବା ପରେ ୩ ଦିନ ପାଇଁ ବୁଲିବାକୁ ଚାଲିଯାଇଥିଲେ । ତେବେ ତାଙ୍କୁ ବଡ଼ ଧକ୍କା ସେତେବେଳେ ଲାଗିଥିଲା ଯେତେେବେଳ ହୋଟେଲ କର୍ତ୍ତୃପକ୍ଷ ତାଙ୍କ ଆକାଉଣ୍ଟରୁ ୧୪୦୦ ଡଲାର(ପ୍ରାୟ ୧,୦୦,୦୦ ଟଙ୍କା) କଟିଯାଇଥିବା ତାଙ୍କୁ ମେସେଜ ଆସିଥିଲା । ତେବେ ଏହା ଫଲ୍ସ ଫାୟାର ଆଲାର୍ମ କାରଣରୁ ତାଙ୍କୁ ଏହି ଜୋରିମାନା ଭରିବାକୁ ପଡ଼ିଥିବା ଜଣାପଡ଼ିଥିଲା ।

ତେବେ ଏହି ଟଙ୍କା ଫେରି ପାଇବା ପାଇଁ କେଲୀ ହୋଟେଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଥିଲେ । ତେବେ ଅନେକ ଚେଷ୍ଟା କରିବା ପରେ ଏବଂ ବାରମ୍ବାର ହୋଟେଲକୁ ଯିବା ପରେ କେଲୀଙ୍କୁ ତାଙ୍କର ଅର୍ଥ ଫେରସ୍ତ ମିଳିଥିଲା । ତେବେ ବର୍ତ୍ତମାନ ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.