fbpx
BSKY
BJD YOUTH SKY
BJD MS SKY

ରାଉରକେଲାରେ ଦେଖାଦେଇଥିବା ଝାଡାବାନ୍ତି ପଛରେ ହଇଜା ଜୀବାଣୁ ଚିହ୍ନଟ

ଭୁବନେଶ୍ୱର: ରାଉରକେଲାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଝାଡାବାନ୍ତି ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି ବୋଲି ବିଭିନ୍ନ ସୂତ୍ରରୁ ସମ୍ବାଦ ଆମର ହସ୍ତଗତ ହୋଇଛି । ତେବେ ଏହି ଝାଡାବାନ୍ତି ମୃତ୍ୟୁ ପଛରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ନେଇ ରାଉରକେଲା ସରକାରୀ ହସ୍‍ପିଟାଲ୍‍ ଅଧିକ୍ଷକ ସୁଧାରାଣୀ ପ୍ରଧାନ କହିଛନ୍ତି ।

ଝାଡ଼ାବାନ୍ତି ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ରାଉରକେଲା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.