fbpx

ବୁର୍ଖା ପିନ୍ଧି ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଲେ ମହିଳା: ତା ପରେ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଗଲେ ବୁର୍ଖା ପିନ୍ଧା ଯୁବତୀ । ଏହାକୁ ଦେଖିବା ପରେ ମନ୍ଦିର ପରିସରରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ବୁର୍ଖା ପିନ୍ଧା ଯୁବତୀଙ୍କ ମନ୍ଦିର ପ୍ରବେଶକୁ ସମସ୍ତେ ବିରୋଧ କରିଥିବା ବେଳେ ସୁରକ୍ଷା କର୍ମୀ ମାନେ ମଧ୍ୟ ଅଟକାଇଥିଲେ । ତେବେ ପରେ ଯେଉଁ ଘଟଣା ସାମ୍ନାକୁ ଆସିଲା ତାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ଯୁବତୀଙ୍କ ସହିତ ତାଙ୍କ ମାତା ପିତା ରହିଥିବା ବେଳେ ସେମାନେ ହିନ୍ଦୁ ବୋଲି ମଧ୍ୟ ଜଣାପଡିଥିଲା । ଯୁବତୀ ଜଣଙ୍କ କହିଥିଲା କି ଜିନଙ୍କ ଆଦେଶ କାରଣରୁ ସେ ବୁର୍ଖା ପିନ୍ଧି ଦର୍ଶନ ପାଇଁ ଆସିଛନ୍ତି । ଏହାପରେ ପୋଲିସ ପକ୍ଷରୁ ପଚରା ଉଚୁରା କରାଯାଇ ଦର୍ଶନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ମହିଳା ଜଣଙ୍କ ଦର୍ଶନ ପାଇଁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମହିଳାଙ୍କ ମାତା ପିତାଙ୍କ ପକ୍ଷରୁ ସଫେଇ ଦିଆଯାଇ କୁହା ଯାଇଥିଲା କି, ଯୁବତୀ ଜଣଙ୍କ ମାନସିକ ଭାବରେ ଅନଗ୍ରସର । କିଛି ଦିନ ଧରି ବୁର୍ଖା ପିନ୍ଧିବା ସହିତ ବୁର୍ଖାରେ ମହାକାଳଙ୍କ ଦର୍ଶନ ପାଇଁ ଜିଦ୍ଦି ମଧ୍ୟ କରୁଥିଲେ ।

Get real time updates directly on you device, subscribe now.