ଇନଷ୍ଟାଗ୍ରାମ ପ୍ରେମ ମିଠା! ‘ଖାଇବା ପିଇବା ପଛ କଥା ଆଗ ରିଲ୍ ହେବ’ ୪ ଛୁଆଙ୍କୁ ସାଥୀରେ ଧରି ପ୍ରେମିକ ସହ ଫେରାର ମାରିଲା ସ୍ତ୍ରୀ
ଲକ୍ଷ୍ନୌ : ପ୍ରତିଦିନ ସୋସିଆଲ ମିଡିଆରେ ବହୁ ଅଜବ ଘଟଣା ସବୁ ସାମ୍ନାକୁ ଆସିବାରେ ଲାଗିଛି । ଅନେକଙ୍କ ଘର ମଧ୍ୟ ଉଜୁଡ଼ି ଯାଉଛି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ । କିଛି ବର୍ଷ ପୂର୍ବେ ଯେମିତି ପାକିସ୍ତାନର ସୀମା ହାଇଦର ସ୍ୱାମୀଙ୍କୁ ଛାଡ଼ି ନୋଏଡାର ସଚିନଙ୍କ ପାଖକୁ ଛୁଆ ପିଲାଙ୍କୁ ଧରି ଆସିଥିଲେ । ଠିକ୍ ସେମିତି ଗୋଟିଏ ଘଟଣା ନିକଟରେ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଗୋରଖପୁରରେ ଜଣେ ଯୁବତୀ ତାଙ୍କ ୪ ପିଲାଙ୍କୁ ସାଥୀରେ ଧରି ପ୍ରେମିକ ସହ ଫେରାର୍ ମାରିଛନ୍ତି । ଆଉ ଏପଟେ ଛୁଆ ଓ ସ୍ତ୍ରୀଙ୍କୁ ଖୋଜି ପାଗଳ ହୋଇଗଲେଣି ସ୍ୱାମୀ । ଏ ନେଇ ବାବୁଦ୍ଦିନ ଥାନାରେ ଅଭିଯୋଗ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖୋଜିଦେଲେ ପୁରଷ୍କାର ରାଶିର ଘୋଷଣା କରିଛନ୍ତି । ଅଭିଯୋଗ ପରେ ସ୍ଥାନୀୟ ପୋଲିସ ପକ୍ଷରୁ ଯୁବତୀ ଓ ତାଙ୍କ ୪ ପିଲାଙ୍କ ଖୋଜାଖୋଜି ଚଳାଇଛି ପୋଲିସ ।
ଫେରାର ସ୍ତ୍ରୀ ଜଣକ ଗୋରଖପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ତାଙ୍କୁ ଇନଷ୍ଟାଗ୍ରାମରେ ରିଲ୍ କରିବାର ନିଶା ଘାରିଥିଲା । କାରଣ ହସ୍ପିଟାଲରୁ ଘରକୁ ଫେରିବା ମାତ୍ରେ ଖାଇବା ପିଇବା ପଛ କଥ. ଆଗ ରିଲ୍ସ ତିଆରି କରିବା ଥିିଲା ତାଙ୍କ ପ୍ରଧାନ କାମ । ଘରେ ରହିବାବେଳେ ତାଙ୍କର ସବୁତକ ସମୟ ଅନଲାଇନରେ ବିତୁଥିଲା । ବାଗୁଦ୍ଦିନ ଥାନାରେ ତାଙ୍କ ସ୍ତ୍ରୀ ଓ ପିଲା ନିଖୋଜ ଥିବାର ଅଭିଯୋଗ କରିଥିବାବେଳେ ସେମାନଙ୍କୁ ଖୋଜିଦେବା ବ୍ୟକ୍ତିକୁ ୨୦୦୦ ଟଙ୍କା ଅର୍ଥରାଶି ଦେବେ ବୋଲି କହିଛନ୍ତି । ଇନଷ୍ଟାଗ୍ରାମ ପ୍ରେମିକ ସହ ଫେରାର୍ ଥିବା ସ୍ତ୍ରୀ ସମ୍ପର୍କରେ ଜାଣି ମଧ୍ୟ ବାବୁଦ୍ଦିନ ତାଙ୍କୁ ଖୋଜିବାରେ କୌଣସି କସରତ ଛାଡୁନାହାଁନ୍ତି ।
ବାବୁଦ୍ଦିନଙ୍କ ଘର କୁଶିନଗର, କିନ୍ତୁ ଅଟୋ ଚଳାଇ ପରିବାର ପାଳନ କରୁଥିବା ବାବୁଦ୍ଦିନ ସ୍ତ୍ରୀ ପିଲାଙ୍କ ସହ ଗୋରଖପୁରରେ ଏକ ଭଡ଼ା ଘରେ ରହୁଥିଲେ । ଫେରାର୍ ମହିଳା ଜଣକ ତାଙ୍କ ଦ୍ୱିତୀୟ ସ୍ତ୍ରୀ । ପ୍ରଥମ ସ୍ତ୍ରୀଙ୍କୁ ବାବୁଦ୍ଦିନ ଛାଡ଼ପତ୍ର ଦେଇଛନ୍ତି । ତାଙ୍କର ୫ ପିଲାପିଲି ଥିଲେ । ଏହାପରେ ବାବୁଦ୍ଦିନ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ଦ୍ୱିତୀୟ ସ୍ତ୍ରୀ ଏବେ ପ୍ରେମିକ ସହ ଫେରାର୍ ମାରିଛନ୍ତି ।