‘ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ମହିଳାଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା’, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା, କହିଲେ- ‘ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ମହିଳାଙ୍କୁ ମିଳିବ ଟଙ୍କା’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ରାଶି ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଛି। ଏଥିରେ ଅନେକ ମହିଳା ବଞ୍ଚିତ ଅଛନ୍ତି।

ଏପର୍ଯ୍ୟନ୍ତ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ। କିନ୍ତୁ ଏମାନଙ୍କ କଥା ସରକାର ଚିନ୍ତା କରିଛନ୍ତି। ବର୍ତ୍ତମାନ ସୁଭଦ୍ରା ସମୀକ୍ଷା ବୈଠକ ଏଥିପାଇଁ ବସିଥିଲା।

ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଯେଉଁ ମହିଳାମାନେ ସୁଭଦ୍ରା ଟଙ୍କା ପାଇ ନାହାନ୍ତି, ସେମାନଙ୍କୁ ଟଙ୍କା ମିଳିବ। ଏନେଇ ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି।

ସେ ଆହୁରି କହିଛନ୍ତି ଯେ, କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ସେମାନଙ୍କର ଅଛି କି ନାହିଁ ତାହା ସମୀକ୍ଷା ହେବ। ପୂର୍ବରୁ ଟଙ୍କା ପାଇଥିଲେ, ଏବେ ଦୁଇଟି ଯାକ କିସ୍ତି କଟିଯାଇଛି। ଏକା ବେଳକେ ସେମାନଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ।