fbpx

ପରିବାର ଉପରେ ଦାଉ ସାଧିଲା ବଜ୍ରାଘାତ: ମହିଳା ମୃତ, ଦେଢ଼ ବର୍ଷର ଶିଶୁ ସମେତ ୭ ଜଣ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପଦ କେତେବେଳେ ଆସିବ ତାହା କେହି କହି ପାରିବେ ନାହିଁ । ଏପରି ଭାବେ ଗୋଟିଏ ପରିବାର ଉପରେ ବିଧାତା ଦାଉ ସାଧିଛି । ବଜ୍ରାଘାତ ମାଡ଼ରେ ଆଜି ଗୋଟିଏ ପରିବାର କଲବଲ ହେଉଛି । ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣାପଡ଼ିଛି ଯେ, ସିଲପଡ଼ା ଗାଁରେ ଗୋଟିଏ ପରିବାର ଉପରେ ବଜ୍ରାଘାତ ମାଡ଼ ହୋଇଛି । ଏହାଦ୍ୱାରା ଉକ୍ତ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ସଦସ୍ୟ ଆହତ ହୋଇଛନ୍ତି । ତେବେ ସବୁଠାରୁ ଦୁଃଖର କଥା ହେଉଛି, ଆହତଙ୍କ ମଧ୍ୟରେ ରହିଛି ଏକ ଦେଢ଼ ବର୍ଷର ଛୁଆ । ସମସ୍ତ ଆହତମାନଙ୍କୁ ଲମତାପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ଭଦ୍ରକ ଜିଲ୍ଲାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିଲା । ପରିବା ଜମିରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେହିପରି ଗତ ମାସ ୨୮ ତାରିଖରେ ବଜ୍ରାଘାତରେ ଜଳେଶ୍ୱର ଅଞ୍ଚଳର ମାଆଙ୍କର ମୃତ୍ୟୁ ଘଟିବା ସହ ପୁଅ ଗୁରୁତର ହୋଇଥିଲେ । ଜମିରେ ଚାଷକାମ ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଦୁହିଁଙ୍କ ଉପରେ ବଜ୍ରାଘାତ ହୋଇଥିଲା ।

Get real time updates directly on you device, subscribe now.