fbpx

ଗୋଟିଏ କି ଦୁଇଟି ନୁହେଁ ୧୫ ମିନିଟରେ ତିନି ଡୋଜ୍ ଭାକସିନ୍ ନେଲେ ମହିଳା

ମୁମ୍ବାଇ: ଦେଶରେ ବର୍ତ୍ତମାନ ଟିକାକରଣକୁ ଜୋରଦାର କରାଯାଉଥିବା ବେଳେ କିଛି ସ୍ଥାନରେ ଅବହେଳାର ଖବର ଆସୁଛି । କେଉଁଠି ଟିକା ମାତ୍ରାଧିକ ପରିମାଣରେ ନଷ୍ଟ ହେଉଛି ତ କେଉଁଠି ଟିକାକେନ୍ଦ୍ରକୁ ଆସି ଲୋକେ ଟିକା ପାଉନାହାନ୍ତି । ତେବେ ଇତି ମଧ୍ୟରେ ମହାରାଷ୍ଟ୍ରର ଠାଣେରୁ ଏକ ଚରମ ଅବହେଳାର ଖବର ସାମନାକୁ ଆସିଛି । ଯାହା ଏବେ ଚର୍ଚ୍ଚାରେ ରହିଛି । ଠାଣେର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ଟିକାକେନ୍ଦ୍ରରେ ତାଙ୍କୁ ୧୫ ମିନିଟ୍ ରେ ୩ ଡୋଜ୍ ଟିକା ଦିଆଯାଇଛି । ଅଭିଯୋଗ ପରେ ପ୍ରଶାସନ ଏହା ଉପରେ ତଦନ୍ତ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । କିନ୍ତୁ ଟିକା ଦେଇଥିବା ସ୍ୱାସ୍ଥ୍ୟ କର୍ମୀ ମାନେ ୩ ଡୋଜ୍ ଟିକା ଦେବା କଥାକୁ ସଫା ସଫା ଖଣ୍ଡନ କରିଛନ୍ତି । ମାମଲାର ଯାଞ୍ଚ ଜାରି ରହିଛି ।

ସୂଚନାଯୋଗ୍ୟ, ସୋମବାର ଠାଣେରୁ କୋଭିଡ୍ ର ୪୮୦ ନୁତନ ମାମଲା ସାମନାକୁ ଆସିଛି । ଏହା ପରେ ଜିଲ୍ଲାରେ ମୋଟ ମାମଲା ୫ ଲକ୍ଷ ୩୧ ହଜାର ୨୦୦ ରେ ପହଞ୍ଚିଛି । ସେହିପରି ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ମୃତ୍ୟୁ ମାମଲା ବୃଦ୍ଧି ପାଇ ୧୦ ହଜାର ୬୪୫ ହୋଇଛି । ଅନ୍ୟପଟେ ଜିଲ୍ଳାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ଏଯାବତ୍ ୨୧ଟି ଆସିଛି ।

Get real time updates directly on you device, subscribe now.