fbpx

ସବାଇଘାସରୁ ନିର୍ମିତ ଦ୍ରବ୍ୟ ଉପରେ ବାରିପଦା ଆଇଟିଡିଏ ପକ୍ଷରୁ ତାଲିମ କାର୍ଯ୍ୟକ୍ରମ

ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଧିନରେ ଥିବା କାଠଶିର୍ଶିରେ ହୋଇଛି ଉନ୍ନତିମୂଳକ କାର୍ଯ୍ୟକ୍ରମ । ସବାଇଘାସର ଦ୍ରବ୍ୟ ଉପରେ ଦିଆଯାଇଛି ଦକ୍ଷତା ବିକାଶ ତାଲିମ । ଏହି ସବାଇ ଘାସର ଦକ୍ଷତାର ତାଲିମ ନେଉଥିଲେ ମଦର ଟେରେସା ବନଧନ ବିକାଶ କେନ୍ଦ୍ରର ମହିଳାମାନେ । ଏହି ତାଲିମରେ କିଭଳି ମହିଳା ମାନେ ଆତ୍ମନିର୍ଭଶୀଳ ହୋଇପାରିବେ ସେ ନେଇ ତାଲିମ ଦେଇଛନ୍ତି ଟ୍ରେନର । ତେବେ ମହିଳାଙ୍କୁ ତାଲିମ୍ପ୍ରାପ୍ତ କରାଇଛନ୍ତି ସବାଇଜାତ ଦ୍ରବ୍ୟର ଏକ୍ସପର୍ଟ ଉର୍ମିଳା ଦେଉରି । ଏହି ତାଲିମକାର୍ଯ୍ୟ ବୈଠକକୁ ପରିଚାଳନା କରିଥିଲେ ମଦର ଟେରେସା ଗ୍ରୁପର ପ୍ରେସିଡେଣ୍ଟ କାଜଲମଣି ମାରାଣ୍ଡି ଏବଂ ସେକ୍ରେଟେରି ମନ୍ଦାକିନି ପୃଷ୍ଟି ।

ଏହାସହ ଏହି ତାଲିମକାର୍ଯ୍ୟରେ ବାରିପଦା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଅର୍ଥାତ ବାରିପଦା ଆଇଟିଡିଏର ପ୍ରୋଜେକ୍ଟ ମ୍ୟାନେଜର ଗଙ୍ଗାଧର ପ୍ରଧାନ, ଏସଏମଏସ ଏଗ୍ରିକଲ୍ଚର ଅଫିସର ଅମରେଶ ବେହେରା, ଟିମ୍ ଲିଡର ସୁବାଶିଷ କାମିଲା ଏବଂ ଏସ୍ଏମ୍ଏସ୍ ଗଣେଷ ପ୍ରସାଦ ଦିକ୍ଷିତ ଉପସ୍ଥିତ ରହିି ତାଲିମ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ୪ ଦିନ ଧରି ଚାଲିବ ।

Get real time updates directly on you device, subscribe now.