ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ମାହୋଲ ସରଗରମ ରହିଛି । ୨୦୨୪ ଜନଗଣନା ପରେ ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରାଯିବା ନେଇ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଦକ୍ଷିଣ କନ୍ନଡ଼ ଜିଲ୍ଲାର ମୁଡ଼ବିଦ୍ରୀରେ ରାନୀ ଅବକ୍କାଙ୍କ ନାମରେ ଏକ ସ୍ମାରକ ଡାକ ଟିକଟ ଜାରି କରିବା ପରେ ଅର୍ଥମନ୍ତ୍ରୀ ଏକଥା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ବିଶ୍ୱାସ କରୁଥିବାରୁ ମହିଳା ବିଲ୍ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଏହା ସହ ଦକ୍ଷିଣ କର୍ଣ୍ଣାଟକରେ ରାନୀ ଅବକ୍କାଙ୍କ ନାଁରେ ସୈନିକ ସ୍କୁଲ ଖୋଲାଯିବା ନେଇ ଅର୍ଥମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ତାଙ୍କର ଏଭଳି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ ।
ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୋ÷ପଦୀ ମୁର୍ମୁ ଏଥିରେ ଦସ୍ତଖତ କରିଛନ୍ତି । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ଏହା ୨୦୨୪ ଜନଗଣନା ପରେ କାର୍ଯ୍ୟକାରୀ ହେବ । ଏହା ପରେ ରାଜ୍ୟସଭା ଏବଂ ବିଧାନସଭାରେ ୩୩% ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ ହେବ ।