fbpx

ଯୋଗୀ ୨.୦ରେ ପ୍ରଥମ ପଦକ୍ଷେପ: ମୁଖ୍ୟମନ୍ତ୍ରୀ ହେବା କ୍ଷଣି ନାରୀ ସୁରକ୍ଷା ପାଇଁ ନେଲେ ଏହି ନିଷ୍ପତ୍ତି

Advertisement

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି ଯୋଗୀ ସରକାର ୨.୦ । ତେବେ ସରକାର ଏବଂ ଦାୟିତ୍ୱ ହାତକୁ ପାଇବା କ୍ଷଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେଇଛନ୍ତି ଏକ ବଡ ପଦକ୍ଷେପ । ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି । ଦେଶରେ ନାରୀ ନିର୍ଯାତନା ବଢୁଥିବା ଦେଖି ମନ୍ଦିର ଗୁଡିକରେ ଏବେ ମହିଳା ପୋଲିସମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ବିଜନୌରରେ ନବରାତ୍ର ପାଇଁ ମହିଳା ମିଶନ ଶକ୍ତି ଅଭିଯାନକୁ ପୁଣି ଥରେ ଆକ୍ଟିଭ କରିଛନ୍ତି ଯୋଗୀ ସରକାର । ତେଣୁ ଆସନ୍ତାକାଲିଠାରୁ ମନ୍ଦିରମାନଙ୍କରେ ମହିଳା କନେଷ୍ଟବଳ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ମହିଳାମାନଙ୍କ ସୁରକ୍ଷା ଏବଂ ସମ୍ମାନ ନେଇ ସେ ଗୁରୁତ୍ୱାରୋପ କରିଛନ୍ତି । ଏ ନେଇ ଏକ ସମ୍ମିଳନୀରେ ପୋଲିସ ଅଧିକ୍ଷକ ଡଃ ଧର୍ମବୀର ସିଂହ ମହିଳା ପୋଲିସ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି । ପୁଣିଥରେ ମହିଳା ମିଶନ ଶକ୍ତିକୁ ଆରମ୍ଭ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ମହିଳା ହେଲ୍ପ ଡେସ୍କ ଏବଂ ସ୍କୁଲ ବାହାରେ ମହିଳା କର୍ମୀଙ୍କ ଡ୍ୟୁଟି କରାଯିବ । ଏହି ସମୟରେ ନାରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପୋଲିସ କର୍ମୀଙ୍କ ଦାୟିତ୍ୱ ବୋଲି ସେ ପ୍ରକାଶ କରିଛନ୍ତି ।

ହାବ୍ୟତୀତ ମହିଳା ସମ୍ବନ୍ଦିତ କୌଣସି ମାମଲା ଏବେ ମହିଳା ପୋଲିସ ଅଧିକାରୀ ହିଁ ସମାଧାନ କରିବେ । ଯାହାଦ୍ୱାରା ପୀଡିତାଙ୍କ ସହ ସେ ସହଜରେ କଥା ହୋଇ ପାରିବେ । ଏହାବ୍ୟତୀତ ମହିଳା ପୋଲିସ କର୍ମୀମାନଙ୍କୁ ମୋଟର ସାଇକେଲ ଏବଂ କମ୍ପ୍ୟୁଟର ଶିଖିବା ପାଇଁ ପରାମର୍ଶ ଦେଇଛନ୍ତି ଏସପି ଧର୍ମବୀର ସିଂହ ।

Get real time updates directly on you device, subscribe now.