fbpx

ଋତୁସ୍ରାବ ସମୟରେ ମହିଳାମାନେ କରନ୍ତୁ ନାହିଁ ଏହି ଭୁଲ୍

ଋତୁସ୍ରାବ ସମୟରେ ମହିଳାମାନଙ୍କଠାରେ ମୁଣ୍ଡବ୍ୟଥା, ରକ୍ତସ୍ରାବ, ଅନିଦ୍ରା, ମୁଖ ଯନ୍ତ୍ରଣା ଆଦି ଦେଖାଦେଇଥାଏ । ଏହାଫଳରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଡାକ୍ତରଙ୍କ ମତରେ, ଖାଦ୍ୟପେୟ, ପେନକିଲର, ସାନିଟାରି ପ୍ୟାଡ ଆଦି କାରଣରୁ ଏପରି ହୋଇଥାଏ । ଅଜାଣରେ ଏପରି କିଛି ଭୁଲ୍ ପାଇଁ ମହିଳାମାନଙ୍କୁ ବହୁତ ମୂଲ୍ୟ ଦେବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା, ମହିଳାମାନେ ଋତୁସ୍ରାବ ସମୟରେ କେଉଁ ସବୁ ଭୁଲ କରିବା ଅନୁଚିତ ।

– ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ପ୍ରାୟତଃ ମହିଳାମାନେ ପେନକିଲରର ସାହାରା ନେଇଥାନ୍ତି । ଏହି ସମୟରେ ମହିଳାମାନେ ସେବନ କରୁଥିବା ପେନକିଲର ସ୍ୱାସ୍ଥ୍ୟ ପାଇଁ ବହୁତ ହାନୀକାରକ ହୋଇଥାଏ ବୋଲି ଆମେରିକାର ଏକ ଗବେଷଣା ସଂସ୍ଥା ଦ୍ୱାରା କୁହାଯାଇଛି । ଏପରି ଔଷଧ ସେବନ କରିବା ଦ୍ୱାରା ଶରୀରର ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି । ଏହାଦ୍ୱାରା ମହିଳାଙ୍କ ଠାରେ ହାର୍ଟ ଆଟାକ, ଅଲସର, କିଡନୀ, ଲିଭରରେ ସମସ୍ୟା ସୃଷ୍ଟି ହୋଇଥାଏ ।

– ଅଧିକାଂଶ ମହିଳା ପିରିଅଡସ୍ ସମୟରେ ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ସୁଗନ୍ଧଯୁକ୍ତ ପରଫ୍ୟୁମ୍ ବ୍ୟବହାର କରିଥାନ୍ତି । ଏପରି କରିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ପରଫ୍ୟୁମରେ ସିନ୍ଥେଟିକ୍ ଓ ଅନ୍ୟ କେମିକାଲ୍ ଥିବାରୁ ଏହା ଚର୍ମକୁ କ୍ଷତି ପହଞ୍ଚାଇଥାଏ ।

– ପିରିଅଡସ୍ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉଚିତ । ଏହି ସମୟରେ ଶରୀର ବହୁତ ଦୁର୍ବଳ ଥାଏ, ତେଣୁ ଖାଦ୍ୟପେୟରେ ସାମାନ୍ୟ ଅବହେଳା ବହୁତ ସମସ୍ୟା ସୃଷ୍ଟି କରିଥାଏ । ମହିଳାମାନେ ସଂକ୍ରମଣକୁ ଏଡ଼ାଇବା ପାଇଁ ସାନିଟାରୀ ପ୍ୟାଡ୍ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଅନୁଚିତ ।

– ଋତୁସ୍ରାବ ସମୟରେ ମହିଳାମାନେ ବ୍ୟାୟାମ କରିବା ଉଚିତ । କାରଣ ଏହାଦ୍ୱାରା ଆପଣଙ୍କ ଶରୀରରୁ ଟକ୍ସିନ୍ ଝାଳରେ ବାହାରି ଯାଇଥାଏ । କିଛି ମହିଳାଙ୍କ ଧାରଣା ଥାଏ ଯେ, ପିରିଅଡସ୍ ସମୟରେ ସେମାନେ ଗର୍ଭବତୀ ହୋଇପାରିବେ ନାହିଁ । ଏହା ଏକ ଭୁଲ ଧାରଣା । ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମୟରେ ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରହିବା ଉଚିତ୍ ।

Get real time updates directly on you device, subscribe now.