fbpx

ଦିଲ୍ଲୀ ବିସ୍ଫୋରଣ ପଛରେ ଆତଙ୍କୀ ସଙ୍ଗଠନ

ନୂଆଦିଲ୍ଲୀ,୩୦ ।୧: ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ମାମଲା ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଙ୍ଗଠନ ଜୈସ-ଉଲ-ହିନ୍ଦ । ସୋସିଆଲ ମିଡିଆରେ ବିସ୍ଫୋରଣ କରିଥିବା ନେଇ ଦାବି କରିଛି ଜୈସ-ଉଲ-ହିନ୍ଦ୍ । ବିସ୍ଫୋରଣ ନେଇ ଦାବି ପରେ ଏନଆଇଏର ତଦନ୍ତ ଜୋରଦାର ହୋଇଛି ।

ଅଧିକାରୀଙ୍କ ଅନୁସାରେ, ଅଲ-କାଏଦା ଭଳି ତାଲିମପ୍ରାପ୍ତ ଗୋଷ୍ଠୀ ନିକଟରେ ଏହି ବିସ୍ଫୋଟକ ଉପଲବ୍ଧ ହେବାର ଆଶଙ୍କା କରାଯାଉଛି । ଏହି ଆକ୍ରମଣ ପାଇଁ ଆଇଏସଆଇଏସ ଗୋଷ୍ଠୀ ମଧ୍ୟ ଏଥିପାଇଁ ନିଜକୁ ଦାୟୀ କରୁଥିଲେ ବି ଏଜେନ୍ସିମାନେ ଏଥିରେ ସହମତି ନୁହଁନ୍ତି ।

Get real time updates directly on you device, subscribe now.