fbpx

ମହିଳାଙ୍କୁ ମାସିକ ମିଳିବ ୨୧୦୦ ଟଙ୍କା… ହରିୟାଣା ନିର୍ବାଚନ ପାଇଁ BJP ଜାରି କଲା ମେନିଫେଷ୍ଟୋ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ସଂକଳ୍ପ ପତ୍ର ଜାରି କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ରୋହତକରେ ଏହି ସଂକଳ୍ପ ପତ୍ର ଜାରି କରିଛନ୍ତି । ଏଥିରେ ଏକ ୨୦- ପଏଣ୍ଟ କାର୍ଯ୍ୟକ୍ରମ ରଖାଯାଇଛି ଯେଉଁଥିରେ ସମସ୍ତ ମହିଳାଙ୍କୁ ‘ଲାଡୋ ଲକ୍ଷ୍ମୀ ଯୋଜନା’ ଅନ୍ତର୍ଗତ ମାସିକ ୨୧୦୦ ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ଦିଆଯାଇଛି । ଏଥିମଧ୍ୟରୁ କିଛି ପ୍ରମୁଖ ସଂକଳ୍ପ ଗୁଡ଼ିକ ହେଲା ।

୧. ସମସ୍ତ ମହିଳାଙ୍କୁ ଲାଡୋ ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ମାସିକ ୨୧୦୦ ଟଙ୍କା ମିଳିବ ।

୨. IMT ଖରଗୋଦା ଲାଇନରେ ୧୦ଟି ଶିଳ୍ପ ସହର ନିର୍ମାଣ । ପ୍ରତି ଶହରରେ ୫୦ ହଜାର ସ୍ଥାନୀୟ ଯୁବକଙ୍କୁ ଚାକିରି ଯୋଗାଇବା ପାଇଁ ଉଦ୍ୟୋଗୀଙ୍କୁ ବିଶେଷ ପ୍ରୋତ୍ସାହନ ।

୩. ଚିରାୟୁ- ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ପରିବାରରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବୟସ୍କଙ୍କୁ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ।

୪. MSPରେ ୨୪ ଫସଲର କ୍ରୟ ।

୫. ଦୁଇ ଲକ୍ଷ ଯୁବକଙ୍କୁ ବିନା ସ୍ଲିପ୍ ଏବଂ ବିନା ଖର୍ଚ୍ଚରେ ସ୍ଥାୟୀ ସରକାରୀ ଚାକିରି ।

୬. ପାଞ୍ଚ ଲକ୍ଷ ଯୁବକଙ୍କୁ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ଏବଂ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରୁ ମାସିକ ଷ୍ଟାଇପେଣ୍ଡ ।

୭. ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ଲକ୍ଷ ଘର ।

୮. ସରକାରୀ ହସ୍ପିଟାଲରେ ମାଗଣା ଡାଏଲେସିସ୍ ଏବଂ ଡାଏଗ୍ନୋସିସ୍ ।

୯. ପ୍ରତ୍ୟେକ ଜିଲ୍ଲାରେ ଅଲିମ୍ପିକ୍ କ୍ରୀଡ଼ାର ନର୍ସରୀ ।

୧୦. ପ୍ରତ୍ୟେକ ଘରେ ଗୃହିଣୀ ଯୋଜନା ଅନ୍ତର୍ଗତ ୫୦୦ ଟଙ୍କାରେ ସିଲିଣ୍ଡର

Get real time updates directly on you device, subscribe now.