fbpx

ମହିଳାମାନେ ଉଲଗ୍ନ ରହିଥାନ୍ତି ୫ ଦିନ ଧରି ଏହି ସ୍ଥାନରେ, ଜାଣନ୍ତୁ କାହିଁକି

ଆମ ସମାଜରେ ଏପରି ଅନେକ ପରମ୍ପରା ରହିଛି, ଯାହାକୁ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ । ତେବେ ଭାରତବର୍ଷର ଏକ ଅଞ୍ଚଳରେ ବିବାହିତ ମହିଳାମାନଙ୍କୁ ଉଲଗ୍ନ ଅବସ୍ଥାରେ ପାଞ୍ଚ ଦିନ ଧରି ରହିବାକୁ ପଡ଼ିଥାଏ । ଏହି ରୀତିନୀତି ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଥିବା ଜଣାଯାଇଛି ।

ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିରେ ପିନି ନାମକ ଏକ ଗାଁରେ ଏହି ପରମ୍ପରା ପାଳନ କରାଯାଇ ଆସୁଛି । ଶ୍ରାବଣ ମାସରେ ଏହା ପାଳିତ ହୋଇଥାଏ । ଗାଁର ମହିଳାମାନେ ବର୍ଷର ୫ ଦିନ ବିନା କପଡ଼ାରେ ରହିଥାନ୍ତି । ତେବେ ଏହି ପରମ୍ପରାର ମୁଖ୍ୟ ବିଶେଷତ୍ୱ ହେଉଛି ଯେ, ସେହି ସମୟରେ ମହିଳାମାନେ ପୁରୁଷମାନଙ୍କ ନଜରକୁ ଆସନ୍ତି ନାହିଁ ।

ଶୁଣାଯାଏ ଯେ, ଯଦି କୌଣସି ସ୍ତ୍ରୀ ଲୋକ ଏହି ପରମ୍ପରାକୁ ପାଳନ ନ କରେ, ତେବେ ତାଙ୍କ ଘରେ ଅଶୁଭ ଘଟଣା ଘଟିବ । କିଛି ଲୋକଙ୍କ ମତରେ, ଏହି ଗାଁରେ ଏକ ରାକ୍ଷସ ପୂର୍ବରୁ ରହିଥିଲା । ସେ ସୁନ୍ଦର ବେଶ ପୋଷାକରେ ସଜ୍ଜିତ ସ୍ତ୍ରୀଲୋକମାନଙ୍କୁ ଉଠାଇ ନେଉଥିଲା । ଦେବତାମାନେ ସେ ରାକ୍ଷସକୁ ଅନ୍ତ ଘଟାଇଥିବା ଜଣାଯାଏ ।

ଆଉ କିଛି ଲୋକ କୁହନ୍ତି ଯେ, ଦେବତାମାନେ ଆଜି ମଧ୍ୟ ଗାଁକୁ ଆସନ୍ତି ଓ ଗାଁର ଅନ୍ୟାୟ ବିରୋଧରେ ଲଢ଼େଇ କରନ୍ତି । ଶ୍ରାବଣ ମାସର ଏହି ୫ ଦିନ ଗାଁଲୋକ ହସିବା ମଧ୍ୟ ବନ୍ଦ କରି ଦିଅନ୍ତି । ତା’ ସହିତ ମଦ, ମାଂସ ଆଦି ଖାଦ୍ୟକୁ ବର୍ଜନ କରନ୍ତି । ମହିଳାମାନେ ନିଜକୁ ସାଂସାରିକ ଜୀବନରୁ ଦୂରେଇ ଦିଅନ୍ତି ।

ସମୟ ବଦଳିବା ସହିତ ବର୍ତ୍ତମାନର ପିଢ଼ି ଏହାକୁ ସାମାନ୍ୟ ଅଲଗା ପ୍ରକାରେ ପାଳନ କରୁଛନ୍ତି । ଆଜିକାଲିର ମହିଳାମାନେ ଉଲଗ୍ନ ନ ହୋଇ ସୂକ୍ଷ୍ମ କପଡ଼ା ପରିଧାନ କରୁଥିବାର ଜଣାଯାଇଛି ।

Get real time updates directly on you device, subscribe now.