fbpx

ମେଡିସିନ୍ ଦେଇ ସ୍ୱାମୀଙ୍କୁ ନପୁଂସକ ବନାଉଛନ୍ତି ଏହି ଦେଶର ମହିଳା !

ନୂଆଦିଲ୍ଲୀ ୨୯ ।୪ (ଓଡ଼ିଶା ଭାସ୍କର) : ଆମ ସମାଜରେ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କକୁ ପବିତ୍ର ସମ୍ପର୍କ ବୋଲି ବିବେଚନା କରାଯାଇଥାଏ । ସେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିଲେ ପରିବାର ଭଲରେ ଚାଲିଥାଏ । ଯଦି ଏମାନଙ୍କ ମଧ୍ୟରେ କୌଣସି କାରଣରୁ ଫାଠ ସୃଷ୍ଟି ହୁଏ ତେବେ ସଂସାର ଭାଙ୍ଗି ଯାଇଥାଏ । ଏମାନଙ୍କ ମଧ୍ୟରେ ଫାଠ କେତେବେଳ ନିଜର ପରିବାର ପାଇଁ ତ କେତେବେଳେ ନିଜର ଭୁଲ ବୁଝାମଣା ପାଇଁ ତ ଆଉ କେତେବେଳେ ଅନ୍ୟ ନାରୀ ବା ପୁରୁଷ ସହ ଅନୈତିକ ସମ୍ପର୍କକୁ ନେଇ । ପୁରୁଷ ଯେଭଳି ଅନ୍ୟ କେଉଁ ନାରୀ ସହ ଅନୈତିକ ସମ୍ପର୍କ ରଖିପାରିବ ନାହିଁ ସେ ନେଇ କେତେକ ମହିଳି ନିଜର ସ୍ୱାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି । ଏଭଳି ଏକ ଖବର ଆସିଛି ଚାଇନାର ବେଜିଂରୁ । ଚାଇନାର କେତେକ ମହିଳା ନିଜର ସ୍ୱାମୀଙ୍କୁ ଲୁଚାଇ ନପୁଂସକ ମେଡିସିନ୍ ଦେଉଛନ୍ତି । ଏହାର କାରଣ ହେଲେ ସେମାନଙ୍କ ସ୍ୱାମୀ ଅନ୍ୟ କୌଣସି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ । ଏହାସହ ପାରିବାରିକ ଜୀବନରେ ବିଶୃଙ୍ଖଳା ସୃଷ୍ଟ ହେବ ନାହିଁ । ଏଥିସହ ସ୍ୱାମୀଙ୍କ ପାଇଁ ସ୍ତ୍ରୀ ମାନଙ୍କ ମନରେ ଉଠୁଥିବା ଭୟ ମଧ୍ୟ ରହିବ ନାହିଁ ।

 

ଚାଇନାର ଖବର କାଗଜ ଗ୍ଲୋବାଲ ଟାଇମ୍ସି ଅନୁସାରେ କେତେକ ମହିଳା ସେମାନଙ୍କ ସ୍ୱାମୀଙ୍କୁ ଲୁଚାଇ ଡାଇ-ଇଥାଇଲଷ୍ଟିଲବେଷ୍ଟ୍ରଲ ମେଡିସିନ୍ ଖାଇବା ପାଇଁ ଦେଉଛନ୍ତି । ଏହି ମେଡିସିନ୍ ଦ୍ୱାରା ପୁରୁଷ ମାନଙ୍କର ଶରୀରିକ ସମ୍ପର୍କ ଲାଗି ଇଚ୍ଛା ଶକ୍ତି କମିଯାଇ ଥାଏ । ଏହା ଏକ ପ୍ରକାର ସିନ୍ଥେଟିକ୍ ଏଷ୍ଟ୍ରୋଜେନ୍ । ମହିଳାମନେ ଏହି ମେଡିସିନକୁ ଅନଲାଇନ୍ ମାଧ୍ୟମରେ ମଗାଉଛନ୍ତି । ଏହା ସେଠାରେ ଏବେ ପୁରୁଷ ନପୁଂସକତାର କାରଣ ପାଲଟୁଛି । ଏହି ଖବର ଏବେ ଚାଇନା ମୋସିଆଲ ମିଡିଆରେ ପ୍ରଚାର ହେବାରେ ଲାଗିଛି । ଘଟଣା ପ୍ରଚାର ହେବା ପରେ ଅନଲାଇନ୍ ପ୍ଲାଟଫର୍ମରୁ ଡାଇ-ଇଥାଇଲଷ୍ଟିଲବେଷ୍ଟ୍ରଲ ମେଡିସିନ୍ ଗାଏବ ହୋଇ ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.