fbpx

କୋଭିଡ୍ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ ପଞ୍ଜାବୀ ଗୀତରେ ନାଚିଲେ ସ୍ୱାସ୍ଥ୍ୟକର୍ମୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ସାଂଘାତିକ ହୋଇଚାଲିଥିବା ବେଳେ ହାଜର ସଂଖ୍ୟାରେ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଛନ୍ତି । ତା ଉପରେ ପୁଣି ପ୍ରଥମ ଲହର ଠାରୁ ଦ୍ୱିତୀୟ ଦ୍ରୁତ ମାତ୍ରାରେ ବ୍ୟାପୁଥିବାରୁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାକୁ ଚାଲିଆସିଲେଣି । ଦ୍ୱିତୀୟ ଲହରରେ ଏକ ନୁଆ ଷ୍ଟ୍ରେନ୍ ବ୍ୟାପୁଛି । ଯାହାର ପ୍ରଭାବ ଅଧିକ ରହିଛି । ଏଥିରେ ଲୋକ ମାନେ ଆଶାଠାରୁ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । ଏହି ସମୟରେ ଆଗଧାଡିର ଯୋଦ୍ଧା ମାନେ ଯଥା ଡାକ୍ତର, ନର୍ସ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ଦିନରାତି ରୋଗୀ ମାନଙ୍କ ଯତ୍ନ ନେଉଛନ୍ତି । ସେମାନେ ରୋଗୀ ମାନଙ୍କୁ ଶୀଘ୍ର ଭଲ କରିବା ପାଇଁ ନିଜ ପରିବାର ଛାଡି ମେଡିକାଲରେ କଠିନ ପରିଶ୍ରମ କରୁଛନ୍ତି । ଆଉ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀଙ୍କୁ କରୋନା ମୁକ୍ତ କରୁଛନ୍ତି ।

ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀ ମାନଙ୍କୁ ଖୁସି ରଖିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପଞ୍ଜାବୀ ଗୀତରେ ଡାନ୍ସ କରୁଛନ୍ତି । ଯାହାର ଖୁବ୍ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସ୍ୱାସ୍ଥ୍ୟକର୍ମୀ ମାନେ ପିପିଇ କିଟ୍ ପିନ୍ଧି ପଞ୍ଜାବୀ ଟ୍ରାକ୍ ରେ ନାଚୁଛନ୍ତି । ଏଥିସହ ରୋଗୀ ମାନେ ମଧ୍ୟ ବେଡ୍ ରେ ଥାଇ ତାଳି ମାରି ଖୁସି ହେଉଛନ୍ତି । ଡାକ୍ତର ଏବଂ ନର୍ସ ମାନେ ପଞ୍ଜାବୀ ଗୀତରେ ଭାଙ୍ଗଡା ଷ୍ଟେପ୍ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ କୁ ଗୁରମିତ୍ ନାମକ ଜଣେ ଯୁବକ ଟୁଇଟର୍ ରେ ଅପଲୋଡ୍ କରିଛନ୍ତି ।

Get real time updates directly on you device, subscribe now.