fbpx

‘ଡ୍ୟାନ୍ସ ଦିୱାନେ -୩’ ରେ ଜଜ୍ ଭାବେ ନଜର ଆସିବେ ସୋନୁ ସୁଦଙ୍କ ସହ ଏହି ବଲିଉଡ ଅଭିନେତ୍ରୀ

ମୁମ୍ବାଇ ୨୯ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ମଧ୍ୟ କରାଯାଇଛି । ଏହି କରୋନା ମହାମାରୀ ପାଇଁ ଦେଶର ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । କରୋନା ପ୍ରଭାବରେ ମନୋରଞ୍ଜନ ଦୁନିଆ ବହୁତ ଖରାପ ଦିଗ ଦେଇ ଗତି କରୁଛି । ଏହା ମଧ୍ୟରେ କରୋନା ସମୟରେ ଲୋକମାନଙ୍କୁ ସାହାଯ୍ୟ କରି ରିଅଲ୍ ଲାଇଫିରେ ହିରୋ ସାଜିଥିବା ସୋନୁ ସୁଦ ଏକ ‘ଶୋ’ରେ ଜଜ୍ ଭବେ ନଜର ଆସିବେ । ଯାହା ତାଙ୍କ ଫ୍ୟାନ୍ସଙ୍କ ଲାଗି ଏକ ଖୁସି ଖବର  । ସୋନୁ ସୁଦଙ୍କୁ ‘ଡ୍ୟାନ୍ସ ଦିୱାନ ୩’ ରେ ଜଜ୍ ଭାବରେ ଦେଖିବାକୁ ମିଳିବ । ଚ୍ୟାନେଲ ଏହାର ଏକ ପ୍ରୋମୋ ରିଲିଜ କରିଛି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

ଗତ କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଏହି ‘ଶୋ’ ରେ ଜଜ୍ ଥିବା ମାଧୁରୀ ଦୀକ୍ଷିତ ଆଗାମୀ ଏପିସୋଡରୁ ନଜର ଆସିବେ ନାହିଁ । ତାଙ୍କ ସ୍ଥାନରେ ସୋନୁ ସୁଦ ରହିବେ । ଏହା ବ୍ୟତୀତ ନୋରା ଫତେହି ମଧ୍ୟ ‘ଶୋ’ ରେ ଜଜ୍ ଭାବରେ ନଜର ଆସିବେ । ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁଁ ଏହି ‘ଶୋ’ ବର୍ତ୍ତମାନ ବାଙ୍ଗାଲୋରରେ ସୁଟିଂ କରାଯାଉଛି ।

ଭିଡିଓରେ ସୋନୁ ସୁଦ କହିଛନ୍ତି, ‘ବିପଦ ଆସିଲେ ସାହାସର ସହିତ ଲଢିବାକୁ ପଡିବ । ନିରାଶ ନ ହୋଇ ଆଶାର ଦୀପ ଜାଳିବାକୁ ହେବ । ଡ୍ୟାନ୍ସ ଦିୱାନେ ଏପରି ଭାବନାକୁ ନମସ୍କାର ମୁଁ କରେ, ଯେଉଁମାନେ ନିଜ ଜୀବନକୁ ଅନ୍ୟମାନଙ୍କୁ ଉତ୍ସର୍ଗ କରନ୍ତି । ଏହିପରି ଗୋଟିଏ ମହାମାରୀ ଆମକୁ ଘେରି ରହିଛି । ବର୍ତ୍ତମାନ ଆମେ ସମସ୍ତେ ଘରେ ରହିଛନ୍ତି । ସ୍ୱପ୍ନ ନିୟନ୍ତ୍ରଣରେ ଥିବାବେଳେ ଆମେ କିପରି ଆଗକୁ ବଢିବା । ତଥାପି ସମୟ ବଦଳିବ ଏହି ବିଶ୍ୱାସ ମୋର ଅଛି, କାରଣ ପ୍ରତ୍ୟେକ ଅମାବାସ୍ୟା ପରେ ସକାଳ ହୋଇଥାଏ ।’

 

View this post on Instagram

 

A post shared by ColorsTV (@colorstv)

ଭିଡିଓ ସହିତ କ୍ୟାପସନରେ ଲେଖାହୋଇଛି – ‘ଏହି ଖରାପ ସମୟରେ ଯେତେବେଳେ ପ୍ରତ୍ୟେକ ମଣିଷ ପରସ୍ପରକୁ ସମର୍ଥନ ଦେଉଛନ୍ତି, ଡ୍ୟାନ୍ସ ଦିୱାନେ ୩ ଏବଂ ସୋନୁ ସୁଦ ମଧ୍ୟ ହାତ ମିଳାଇ ସମସ୍ତଙ୍କୁ ହୃଦୟ ସହିତ ଅଭିବାଦନ ଜଣାଇଛନ୍ତି ।

Get real time updates directly on you device, subscribe now.