fbpx

୭୭୨ କୋଟି ୪ ଲକ୍ଷ ଟଙ୍କାର ଟିକା ପର୍ଚେଜ ଅର୍ଡର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୯/୦୪: ଭାରତରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣରୁ ବଞ୍ଚିବା ପାଇଁ ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ୧୮ ରୁ ୪୪ ବୟସ୍କ ବର୍ଗଙ୍କୁ ଟିକାକରଣରେ ସାମିଳ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ସେପଟେ ଏହି ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ ୧୮ ରୁ ୪୪ ବର୍ଗଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।
ତେବେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଦୁଇ ଟିକା ଉତ୍ପାଦକଙ୍କୁ ଚିଠି ଲେଖିଛନ୍ତି । ଦୁଇ ଟିକା ଉତ୍ପାଦକ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ଚିଠି ଳେଖିଛନ୍ତି ରାଜ୍ୟ ସରକାର । କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ମେ ମାସ ପାଇଁ ୪୦ ଳକ୍ଷ କୋଭିସିଲଡ ଟିକା ଆବଶ୍ୟକ ଥିବା ଉଲ୍ଲେଖ ରହିଥିବାବେଳେ ଜୁନ, ଜୁଲାଇ, ଅଗଷ୍ଟ ମାସ ପାଇଁ ମାସିକ ୬୦ ଲକ୍ଷ ଟିକା ଡୋଜ ଆବଶ୍ୟକ ଥିବା ଲେଖିଛନ୍ତି ।ମେ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ ଦେବା ସହ ବାକି ୫.୩୪ ଳକ୍ଷ ଡୋଜ ଜୁନ ୧୫ ସୁଦ୍ଧା ଦେବାକୁ ଚିଠି ଲେଖିଛନ୍ତି ଏସିଏସ ।

କୋଭିସିଲଡର ପ୍ରତି ଡୋଜର ଦାମ ୧୦୦ଟଙ୍କା କମିବା ପରେ ରାଜ୍ୟ ସରକାରଙ୍କୁ ୨୨୦ କୋଟି ଟଙ୍କାର ଫାଇଦା ମିଳିଛି ।

Get real time updates directly on you device, subscribe now.