fbpx

ଯେଉଁ ମହିଳାଙ୍କର ଏହି ଅଙ୍ଗ ବଡ଼ ହୋଇଥାଏ, ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ନାରୀ ଓ ପୁରୁଷଙ୍କୁ ସୃଷ୍ଟିର ଦୁଇଟି ଧାର ଭାବରେ ବିବେଚନା କରାଯାଏ । ସଂସାରକୁ ଚଳାଇବା ପାଇଁ ଜଣେ ନାରୀର ଯେତିକି ଅବଦାନ ରହିଛି, ଜଣେ ପୁରୁଷର ମଧ୍ୟ ସେତିକି ଅବଦାନ ରହିଛି । ବିଶେଷ କରି ପୁରାଣ ଓ ଜ୍ୟୋତିଷ ଶାସ୍ତ୍ରରେ ମହିଳାଙ୍କ ବିଷୟରେ ଅନେକ କିଛି ବର୍ଣ୍ଣନା କରାଯାଇଛି । ମହିଳାଙ୍କର ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସେମାନଙ୍କର ଭବିଷ୍ୟତ ସମ୍ପର୍କରେ ଅନେକ କିଛି କହିଥାଏ । ନାରୀମାନଙ୍କର ଶରୀରର ଏପରି କିଛି ଅଙ୍ଗର ଗଠନ ଅନୁଯାୟୀ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ:-

କିଛି ମହିଳାଙ୍କର ଲମ୍ବା ଆଙ୍ଗୁଳି ରହିଥାଏ । ଏମାନେ ଅଧ୍ୟୟନ କ୍ଷେତ୍ରରେ ମେଧାବୀ ହେବା ସହ ଟଙ୍କା ପଇସାର ସୁଉପଯୋଗ କରିଥାନ୍ତି । ଏପରି ମହିଳାମାନେ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ସମସ୍ତ ପରିବାର ସଦସ୍ୟଙ୍କୁ ଏମାନେ ଖୁସିରେ ରଖିପାରନ୍ତି ।

ଲମ୍ବା ନାକଧାରୀ ମହିଳାମାନେ ବହୁତ ସାହସୀ ହୋଇଥାନ୍ତି । ପାରିବାରିକ ସମସ୍ୟା ସମୟରେ ଏମାନେ ଠିକ ଉପାୟ ବାହାର କରିପାରନ୍ତି । ଏପରି ମହିଳାମାନେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସାମାନ୍ୟ ଖର୍ଚ୍ଚୀ ହୋଇଥାନ୍ତି ।

ଲମ୍ବା ବେକ ମହିଳାମାନଙ୍କର ଆକର୍ଷଣକୁ ଦ୍ୱିଗୁଣିତ କରିଥାଏ । ଏମାନେ ପରିବାରରେ ସୁଖ, ସମୃଦ୍ଧି ଭରିଦେବା ସହ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ବଡ଼ ଆଖି ଥିବା ମହିଳାମାନେ ଦେଖିବାକୁ ବହୁତ ଆକର୍ଷଣୀୟ ଲାଗନ୍ତି । ଏମାନେ ନିଜର ସ୍ୱାମୀଙ୍କୁ ବହୁତ ଭଲପାଇବା ସହ ପରିବାର ସଦସ୍ୟଙ୍କୁ ନିଜର କରିପାରନ୍ତି । କୌଣସି ପରିସ୍ଥିତିରେ ଏମାନେ ନିଜର ଜୀବନସାଥୀଙ୍କୁ ଧୋକ୍କା ଦେଇ ନଥାନ୍ତି ।

ସାଧାରଣତଃ କେଶ ମହିଳାମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଲମ୍ବା କେଶ ଥିବା ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏପରି ମହିଳାମାନଙ୍କୁ ମହାଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ଗଣାଯାଏ । ଏପରି ମହିଳାଙ୍କୁ ବିବାହ କରୁଥିବା ପୁରୁଷଙ୍କ ଜୀବନରେ କେବେ ଧନର ଅଭାବ ରହେ ନାହିଁ ।

Get real time updates directly on you device, subscribe now.