fbpx

ମହିଳା ସଂରକ୍ଷଣ ବିଲ୍ ଉପରେ ଜାତିସଂଘର ବୟାନ: କହିଲା ବିଶ୍ୱର ଏକ ନମ୍ବର ହେବ ଭାରତ

Advertisement

ନୂଆଦିଲ୍ଲୀ: ସମାନତା କଥା ହେଉ କି ମହିଳା ଅଧିକାର କଥା ହେଉ ରାଜନୀତିରେ ଲିଙ୍ଗ ଭିତ୍ତିକ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ଭାରତରେ ମହିଳା ସଂରକ୍ଷଣ ବିଲ୍ କୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଏନେଇ ଆଶା ପ୍ରକଟ କରିଥିଲା ଜାତିସଂଘ। ମିଳିତ ଜାତିସଂଘର ମହିଳା ସଦସ୍ୟମାନେ କହିଛନ୍ତି ଯେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ଭାରତ ସେହି ୬୪ଟି ଦେଶ ମଧ୍ୟରେ ସାମିଲ ହେବ, ଯେଉଁମାନଙ୍କ ସଂସଦରେ ମହିଳା ସଦସ୍ୟଙ୍କ ପାଇଁ ସଂରକ୍ଷଣ ରହିଛି। ସଂସଦରେ ମହିଳା ସଦସ୍ୟଙ୍କ ପାଇଁ ୩୦ ପ୍ରତିଶତ ପ୍ରତିନିଧିତ୍ବ ହାସଲ କରିବା ମହିଳା ସଶକ୍ତୀକରଣ ଦିଗରେ ସକାରାତ୍ମକ ବୋଲି ଏକ ବିବୃତିରେ କହିଛନ୍ତି ଜାତିସଂଘ ମହିଳା ସହସ୍ୟ।

ମିଳିତ ଜାତିସଂଘର ଭାରତ ପ୍ରତିନିଧି ସୁଜୋନ୍ ଫର୍ଗୁସନ କହିଛନ୍ତି ଯେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ଭାରତ ବିଶ୍ୱର ୬୪ଟି ଦେଶ ତାଲିକାରେ ସାମିଲ ହେବ ଯେଉଁମାନେ ସେମାନଙ୍କ ସଂସଦରେ ମହିଳା ସଦସ୍ୟଙ୍କ ପାଇଁ ଆସନ ସଂରକ୍ଷିତ ରଖିଛନ୍ତି। ସଂସଦ ଭବନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଗତ କରାଯାଇଥିଲା, ଯେଉଁଥିରେ ଲୋକସଭା ଏବଂ ବିଧାନସଭାରେ ମହିଳା ସଦସ୍ୟଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି।

 

 

Get real time updates directly on you device, subscribe now.