fbpx

Women U19 WC 2023: ଶେଫାଳୀ-ଶ୍ୱେତାଙ୍କ ଧୁଆଁଧାର ବ୍ୟାଟିଂ, ବିଜୟରୁ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଅଣ୍ଡର-୧୯ ବିଶ୍ୱକପ୍ ଆରମ୍ଭ ଧମାକାଦାର ବିଜୟ ସହିତ ଆରମ୍ଭ କରିଛି। ଆୟୋଜକ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମୁକାବିଲାରେ ଅଧିନାୟକ ଶେଫାଳି ବର୍ମା ଏବଂ ଅନ୍ୟତମ ଓପନର ଶ୍ୱେତା ସେରାୱତଙ୍କ ଧୁଅଁଧାର ପାଳି ସାହାଯ୍ୟରେ ଭାରତ ଏହି ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଟିମ୍ ୫ ଉଇକେଟ୍ ହରାଇ ୧୬୬ ରନ୍ ସ୍କୋର କରିଥିଲା। ଜବାବରେ ଭାରତ ୧୬ ଓଭର ୩ବଲ୍‌ରେ ୩ ଉଇକେଟ୍ ହରାଇ ଟାର୍ଗେଟ୍ ହାସଲ କରିଥିଲା।

ଶେଫାଳୀ ବର୍ମା ନିଜ ଚିରାଚରିତ ଶୈଳୀରେ ଆକ୍ରାତ୍ମକ ଆରମ୍ଭ କରିଥିଲେ ଏବଂ ୭ ଓଭରରେ ୭୦ ରନ୍ ସଂଗ୍ରହ କରି ଚାରିଟି ଚୌକା ମାରିଥିଲେ । ଶ୍ୱେତା ସେହରାୱତଙ୍କ ସହ ସେ ପ୍ରଥମ ଉଇକେଟ୍‌ରେ ୭୭ ରନ୍ ଯୋଡିଥିଲେ । କେବଳ ୧୬ ଟି ବଲରେ ୯ ଚୌକା ଓ ୧ ଛକା ସହାୟତାରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ୪୫ ରନ୍ ସଂଗ୍ରହ କରିଥିଲେ । ଅଧିନାୟକଙ୍କ ୱିକେଟ୍ ଯିବା ପରେ ଶ୍ୱେତା କମାଣ୍ଡ ନେଇଥିଲେ ଏବଂ ଲଗାତାର ବଡ଼ ସଟ୍ ମାରିବା ସହ ରନ୍ ହାର ବଜାୟ ରଖିଥିଲେ ।

ଶେଫାଳି ଅର୍ଦ୍ଧଶତକ ହାସଲ କରିବାରେ ବଞ୍ଚିତ ହୋଇଥିଲେ କିନ୍ତୁ ଶ୍ୱେତା ୧୧ ଚୌକା ସହାୟତାରେ ମାତ୍ର ୩୭ ବଲରୁ ଅର୍ଦ୍ଧଶତକ ସ୍କୋର କରିଥିଲେ । ପଚାଶ ପୂରଣ କରିବା ପରେ ଶ୍ୱେତା ଆହୁରି ଆକ୍ରମଣାତ୍ମକ ମୋଡରେ ଯାଇ ମାତ୍ର ୫୭ ବଲରେ ୯୨ ରନର ଅପରାଜିତ ଇନିଂସ ଖେଳି ୯ ଚୌକା ସହ ଦଳକୁ ବିଜୟ ଆଡକୁ ନେଇଥିଲେ ।

ଏହା ପୁର୍ବରୁ ସିମେନ୍ ଲରେନ୍ସଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ୫ ୱିକେଟ୍ ପାଇଁ ୧୬୫ ରନ୍ ସଂଗ୍ରହ କରିଥିଲା । ୪୪ ବଲର ସମ୍ମୁଖୀନ ହୋଇ ୯ ଚୌକା ଓ ୧ ଛକା ସହ ୬୧ ରନର ଇନିଂସ ଖେଳିଥିଲେ । ତାଙ୍କ ପଛକୁ ମ୍ୟାଡିସନ ଲଡସମାନ ୧୭ ବଲରୁ ୩୨ ରନ ସ୍କୋର କରିଥିଲେ । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବିଶେଷ ଅବଦାନ ଦେଇ ପାରି ନଥିଲେ । ଭାରତର ଅଧିନାୟକ ଶେଫାଳୀ ବର୍ମା ୪ ଓଭରରେ ୩୧ ରନ୍ ବ୍ୟୟ କରି ୨ ୱିକେଟ୍ ନେଇଥିଲେ । ସୋନମ ଯାଦବ ଏବଂ ପାର୍ଶା ଚୋପ୍ରାଙ୍କୁ ମଧ୍ୟ ୧-୧ ୱିକେଟ୍ ମିଳିଥିଲା ।

Get real time updates directly on you device, subscribe now.