ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ BMC ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ, ରାସ୍ତାରୁ ହଟୁନି ଅଳିଆ

ୱାର୍ଡ ନମ୍ବର- ୪୪, ୪୦, ୯, ୩୦ରେ କାମ ବନ୍ଦ ।

ଭୁବନେଶ୍ବର: ବିଏମସି ଅଫିସରେ ଅଫିସର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜୋରଦାର ପ୍ରତିବାଦ ଦେଖାଯାଇଛି । BMC ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ କରାଯାଇଛି ।

ମାଡ଼ ଘଟଣାର ପ୍ରତିବାଦରେ ସଫେଇ କାମ ବନ୍ଦ ରଖାଯାଇଛି ।  ୱାର୍ଡ ନମ୍ବର- ୪୪, ୪୦, ୯, ୩୦ରେ କାମ ବନ୍ଦ ରହିଛି । ଏନେଇ ବିଏମ୍‌ସି ଓ୍ବାର୍ଡ ନଂ ୪୪ର କର୍ପୋରେଟରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

କର୍ପୋରେଟର ଅଜିତ ବେହେରା କହିଛନ୍ତି, କାର୍ଯ୍ୟକ୍ଷେତ୍ରରେ ମାଡ଼ ମାରିବା ଘଟଣାକୁ ଆମେ ନିନ୍ଦା କରୁଛୁ । ଆମ ପରିବାରର ଜଣେ ସଦସ୍ୟକୁ ଆକ୍ରମଣ ହେଉଛି । ତେଣୁ ଆମେ ଆଜି କାର୍ଯ୍ୟ ବନ୍ଦ ରଖିଛୁ । ଆମେ ସମସ୍ତେ ଗୋଟିଏ ପରିବାରର ।

ଏହି ଘଟଣାକୁ ନେଇ ଗତକାଲି ବିଜେଡି କର୍ପୋରେଟରମାନେ ରାସ୍ତା ବନ୍ଦ କରିଥିଲେ । ଫଳରେ ଜନପଥରେ 1 ଘଣ୍ଟା ଧରି ଚକଅଖ ବନ୍ଦ ରହିଥିଲା । ସେହିପରି ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲା ଓଏଏସ୍ ସଂଘ । କିନ୍ତୁ 1 ଘଣ୍ଟା ଧରି ବୁଝାସୁଝା କରିବା ପରେ ସଂଘ ଏଥିରୁ ଓହରିଥିଲା ।

ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ 3ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ, ଡିଜିପି, ସିପି ଏବଂ ଏଜିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓଏଏସ ସଂଘ ସହିତ ଆଲୋଚନା କରିଥିଲେ । ଘଟଣା ପଛରେ ଥିବା ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତି, ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।