ଛିଡ଼ା ହୋଇ କାମ କଲେ ହୃଦରୋଗର ଆଶଙ୍କା ବୃଦ୍ଧି ପାଇଥାଏ, ଷ୍ଟଡିରୁ ଖୁଲାସା

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ଅଫିସରେ ଡେସ୍କ ଜବ୍ କରିବା ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ । ଏହା ଦ୍ୱାରା ଅଣ୍ଟା ଓ ବେକ ଯନ୍ତ୍ରଣା ସହ ଆଣ୍ଠୁ ଗଣ୍ଡି ସମସ୍ୟା ଦେଖାଦେଇଥାଏ । ଆଜିକାଲି ବଡ଼ ବଡ଼ ସହରରେ ଡେସ୍କ ଜବ୍ ସମୟରେ ମଝିରେ ମଝିରେ ଛିଡ଼ା ହୋଇ କାମ କରିବାର ଚଳଣି ବୃଦ୍ଧି ପାଇବାକୁ ଲାଗିଛି । ଏହା ଶରୀରରେ ଦେଖାଦେଇଥିବା ନିଷ୍କ୍ରିୟତା ଦୂରେଇବାରେ ସହାୟକ ହୋଇଥାଏ । ଅଧିକାଂଶ ଲୋକଙ୍କ ଧାରଣା ଥାଏ କି କିଛି ସମୟ ଛିଡ଼ା ହୋଇ କାମ କରିବା ଦ୍ୱାରା ଷ୍ଟ୍ରୋକ୍ ଏବଂ ହାର୍ଟ ଫେଲ୍ୟୁଅର ଆଶଙ୍କା କମିଥାଏ ।

ସିଡନୀ ବିଶ୍ୱବିଦ୍ୟାଳୟ କରିଥିବା ଏକ ଅଧ୍ୟୟନରୁ ପ୍ରକାଶ କି ଦିନରେ ଦୁଇ ଘଣ୍ଟାକୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ଦ୍ୱାରା ଡୀପ୍ ଭେନ୍ ଥ୍ରୋମ୍ବୋସିସ୍ ଏବଂ ଭେରିକୋଜ୍ ଭେନ୍ସ ଭଳି ସମସ୍ୟା ଦେଖାଦେଇଥାଏ । ଏହି ଅଧ୍ୟୟନର ଫଳାଫଳ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଏପିଡେମିଓଲୋଜିରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନ ବ୍ରିଟେନର ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ୱ ବୟସ୍କ(adult) ବ୍ୟକ୍ତିଙ୍କ ଉପରେ କରାଯାଇଥିଲା ଯେଉଁଥିରୁ ପ୍ରକାଶ ପାଇଛି କି ଛିଡ଼ା ହୋଇ କାମ କରିବା ଦ୍ୱାରା ଷ୍ଟ୍ରୋକ୍ ଏବଂ ହାର୍ଟ ଫେଲ୍ୟୁଅର ଆଶଙ୍କା କମିନଥାଏ । ସିଡନୀ ବିଶ୍ୱବିଦ୍ୟାଳୟର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧ୍ୟାପକ ଡା. ମାଥ୍ୟୁ ଅହମଦୀ ଏକ ସାକ୍ଷାତକାରରେ କହିଥିଲେ କି ଅଧିକ ସମୟ ପର୍ଯ୍ୟନ୍ତ ବସିକି କିମ୍ବା ଛିଡ଼ା ହୋଇ କାମ କରୁଥିବା ବେଳେ ମଝିରେ ମଝିରେ ଶରୀରିକ ଗତିବିଧି ଉପରେ ଧ୍ୟାନ ଦେବା ଉଚିତ । ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ କାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ । ଅଧ୍ୟୟନ ପ୍ରାରମ୍ଭରେ, ରିସର୍ଚ୍ଚ ସହ ଜଡ଼ିତ ବ୍ୟକ୍ତିଙ୍କୁ ହୃଦରୋଗ ନଥିଲା । ତାଙ୍କ ଶରୀରର ଗତିବିଧି ଉପରେ ନଜର ରଖିବା ପାଇଁ ମଣିବନ୍ଧରେ ଏକ ମେଶିନ୍ ଲଗାଯାଇଥିଲା । ଅଧ୍ୟୟନର ଫଳାଫଳରୁ ପ୍ରକାଶ କି ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବା ଦ୍ୱାରା ୩୦ ମିନିଟ୍ ପାଇଁ ରକ୍ତ ସଞ୍ଚାଳନ ସମ୍ବନ୍ଧୀୟ ରୋଗର ଆଶଙ୍କା ୧୧% ବୃଦ୍ଧି ପାଇଥାଏ ।

ତେବେ ଡେସ୍କ ଜବ୍ ସହ ଜଡ଼ିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ କ’ଣ କରିବେ ?

ସିଡନୀ ବିଶ୍ୱବିଦ୍ୟାଳୟରେ ମେକେଞ୍ଜି ୱେରେବଲ୍ସ ରିସର୍ଚ୍ଚ ହବର ନିର୍ଦ୍ଦେଶକ ପ୍ରଫେସର ଇମାନୁଏଲ ଷ୍ଟାମାଟିକିସଙ୍କ କହିବାନୁଯାୟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କ୍ ଜବ୍ କରୁଥିବା ବ୍ୟକ୍ତିଙ୍କୁ କାମ ମଝିରେ ଛୋଟ ଛୋଟ ବ୍ରେକ୍ ନେବା ଉଚିତ । ନିୟମିତ ବ୍ୟାୟାମ, ଲିଫ୍ଟ ପରିବର୍ତ୍ତେ ସିଡି ବ୍ୟବହାର କରିବା, କ୍ୟାଣ୍ଟିନ୍ କିମ୍ବା ବାହାରେ ଲଞ୍ଚ୍ ପାଇଁ ଯିବା ଇତ୍ୟାଦି ଭଳି ଗତିବିଧି କରିବା ଉଚିତ । ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପୋଜିସନରେ ସ୍ଥିର ରହିବା ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.