fbpx

ବର୍ଷାଦିନେ ଏକ୍ସରସାଇଜ କରୁଥିଲେ ମାନନ୍ତୁ ଏହିସବୁ ନିୟମ ଅନ୍ୟଥା ନଷ୍ଟ ହୋଇଯାଇପାରେ ଶରୀରର ବିଭିନ୍ନ ଅଙ୍ଗ

Advertisement

ନୂଆଦିଲ୍ଲୀ: ମୌସୁମୀ ଆସିବା ପରେ ତ ସମସ୍ତଙ୍କୁ ବହୁତ ଭଲ ଲାଗେ । ଥଣ୍ଡା ଥଣ୍ଡା ପାଗ ସାଙ୍ଗକୁ ଚାରିଆଡେ ସବୁଜିମା ମନକୁ ପ୍ରଫୁଲ୍ଲିତ କରିଦିଏ । ତେଣୁ ଏହି ସମୟରେ ବାହାରେ ଚଲାବୁଲା କରି ଟିକେ ପ୍ରକୃତିକୁ ଉପଭୋଗ କରିବାକୁ ସମସ୍ତଙ୍କୁ ଭଲ ଲାଗେ । ଅପରପକ୍ଷରେ ଏହା କେବଳ ଚଲାବୁଲା ପର୍ଯ୍ୟନ୍ତ ସୀମିତ ରହିଲେ ଠିକ୍ । କିନ୍ତୁ ଯଦି ବର୍ଷାଦିନେ ଆପଣ ଏକ୍ସରସାଇଜ୍ କରି ନିଜର ସ୍ୱାସ୍ଥ୍ୟ ବନାଇବାକୁ ଚାହୁଁଛନ୍ତି ତେବେ ଟିକେ ରହି ଯାଆନ୍ତୁ । କାରଣ ବର୍ଷାଦିନେ ଜଳବାୟୁରେ ଅଧିକ ଆର୍ଦ୍ରତା ରହିଥାଏ । ଏହି ଆର୍ଦ୍ରତା ବର୍ଷାଦିନେ ଏକ୍ସରସାଇଜ୍ କରୁଥିବା ଲୋକଙ୍କ ଲାଗି ସମସ୍ୟା ସୃଷ୍ଟି କରିଥାଏ ।
କୁହାଯାଏ ବହୁ ସମୟରେ ଆର୍ଦ୍ରତା ଭରା ପରିବେଶରେ ଏକ୍ସରସାଇଜ୍ କରିବା ଘାତକ ବି ସାବ୍ୟସ୍ତ ହୋଇପାରେ । ତେବେ ବର୍ଷାଦିନେ ଏକ୍ସରସାଇଜ୍ କରିବା ଉଚିତ କି ନା ସେ ସଂପର୍କରେ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ତଥା ବରିଷ୍ଠ ଚିକିତ୍ସକ ଡା. ଏସ୍. ଚାଟାର୍ଜୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ।

ଡା. ଚାଟାର୍ଜୀ କହିଛନ୍ତି ଜଳବାୟୁରେ ଅଧିକ ଆର୍ଦ୍ରତା ରହୁଥିବାରୁ କିଛି ସମସ୍ୟା ହୋଇପାରେ । କିନ୍ତୁ ଏହାର ଅର୍ଥ ନୁର୍ଡେ ଆୋମେ ଚାଟାର୍ଜୀ ସଂପୂର୍ଣ୍ଣ ଭାବରେ ଛାଡିଦେବା । ତେବେ ବର୍ଷାଦିନେ ଏକ୍ସରସାଇଜ କରୁଥିଲେ କିଛି ନିୟମ ମାନି ଚଳିବା ଉଚିତ । ଯେପରିକି ମୌସୁମୀ ଅନୁରୂପ ନିଜ ଶରୀରକୁ ଫିଟ୍ କରିବା । ଏଥିପାଇଁ ଆପଣଙ୍କୁ ହାଲକା ଏକ୍ସରସାଇଜ ସହିତ ହିଁ ଆରମ୍ଭ କରିବାକୁ ହେବ । ଏହି ସମୟରେ କୌଣସି ପ୍ରକାର କଠିନ ଏକ୍ସରସାଇଜ ପ୍ରଥମରୁ କରିବା ଅନୁଚିତ । ଯେତେଯେତେ ଆପଣଙ୍କ ଶରୀର ଆର୍ଦ୍ର ମୌସୁମୀର ଅନୁକୂଳ ହୋଇଯିବ ସେତେବେଳେ ଆପଣଙ୍କ ଶରୀର ଆପଣଙ୍କୁ ସଙ୍କେତ ଦେବ ଯେ ଆପଣ ଧୀରେ ଧୀରେ କଠିନ ଏକ୍ସରସାଇଜ କରିପାରିବେ ।

ଯଦି ଆମେ ଉପରୋକ୍ତ ସମସ୍ତ କଥାକୁ ନଜର ଅନ୍ଦାଜ କରି ବର୍ଷାଦିନେ ଅଧିକ ଏକ୍ସରସାଇଜ କରିବା ତେବେ ଆମକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଡା. ଚାଟାର୍ଜୀଙ୍କ କହିବା ଅନୁସାରେ ଏକ୍ସରସାଇଜ ସମୟରେ ଶରୀରରୁ ବାହାରୁଥିବା ଝାଳ ଯେତେବେଳେ ଶୁଖିଯାଏ ସେତେବେଳେ ଶରୀରକୁ ଥଣ୍ଡା ଅନୁଭୂତ ହୋଇଥାଏ । ଏହି ପୁରା ପ୍ରକ୍ରିୟାକୁ ସ୍ୱେଟ୍ ଭେପୋରେସନ କୁହାଯାଏ । ଅପରପକ୍ଷରେ ଆର୍ଦ୍ରତା କାରଣରୁ ଜଳବାୟୁରେ ପାଣିର ମାତ୍ରା ଅଧିକ ଥିବାରୁ ଝାଳ ସହଜରେ ଶୁଖେ ନାହିଁ । ଫଳରେ ଶରୀର ଭିତରର ତାପମାତ୍ରା ଦ୍ରୁତ ଗତିରେ ବଢିବାରେ ଲାଗିଥାଏ ଓ ଏହାର ପ୍ରଭାବ ଶରୀର ପ୍ରମୁଖ ଅଙ୍ଗ ଗୁଡିକ ଉପରେ ପଡିଥାଏ । ଶରୀର ଭିତରର ତାପମାତ୍ରା ବଢିବା ଦ୍ୱାରା ମସ୍ତିଷ୍କ, ହାର୍ଟ, କିଡନୀ ପ୍ରଭାବିତ ହୋଇପାରେ । ଏପରି ସ୍ଥିତିରେ ଶରୀର କିଛି ଅଙ୍ଗ ନଷ୍ଟ ବି ହୋଇଯାଇପାରେ ।

Get real time updates directly on you device, subscribe now.