fbpx

ବିଶ୍ୱ ବିରିୟାନୀ ଦିବସ: ସବୁଠି ଚିକେନ ଓ ମଟନ ବିରିୟାନୀର ଡିମାଣ୍ଡ

Advertisement

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ ଜୁଲାଇର ପ୍ରଥମ ରବିବାରକୁ ବିଶ୍ୱ ବିରିୟାନୀ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଜୁଲାଇ ୨ରେ ଏହି ଦିବସ ପାଳନ ହେବ । ଅଧିକ ପସନ୍ଦ କରୁଥିବା ଖାଦ୍ୟ ଭିତରୁ ବିରିୟାନୀ ଅନ୍ୟତମ । ସାରା ଦୁନିଆରେ ବିରିୟାନୀକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ରେଷ୍ଟୁରାଣ୍ଟ ବା କୌଣସି ହୋଟେଲକୁ ଗଲେ ଲୋକେ ବିରିୟାନୀ ଖାଇବାକୁ କହିଥାନ୍ତି । ଏହାକୁ ସାଧାରଣତଃ ଆମିଷ ଏବଂ ନିରାମିଷ ୨ ପ୍ରକାରର ବନାଯାଇଥାଏ । କହିବାକୁ ଗଲେ ଲୋକଙ୍କ ପ୍ରଥମ ପସନ୍ଦଟି ଆମିଷ ଅଟେ ।

ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ପର୍ଯ୍ୟନ୍ତ କାହାକୁ ବା ବିରିୟାନୀ ପସନ୍ଦ ନଥାଏ । ପ୍ରାୟତଃ ଅଧିକାଂଶ ଲୋକଙ୍କ ସବୁ ବେଳେ ବିରିୟାନୀ ଡିମାଣ୍ଡ ଥାଏ । ବିରିୟାନୀକୁ ଭିନ୍ନ ଭିନ୍ନ ପ୍ରକାରରେ ପ୍ରସ୍ତୁତ କରାଯାଏ । କିଏ ହାଇଦ୍ରାବାଦୀ ବିରିୟାନୀ ଖାଏ, କିଏ ଦମ୍ ବିରିୟାନୀ ଖାଏ ତ ଆଉ କିଏ କିଏ ମାଟି ହାଣ୍ଡି ବିର‌୍ୟିାନୀ ଖାଆନ୍ତି । ଏମିତିରେ ଆମିଷ ବିରିୟାନୀ ଅଧିକ ଲୋକ ଖାଆନ୍ତି, କିନ୍ତୁ ଶାକାହାରୀ ମଣିଷ ନିରିଆମିଷ ବିରିୟାନୀ ଖାଆନ୍ତି । ଏହାର ସ୍ୱାଦ ମଧ୍ୟ ବହୁତ ବଢିଆ ଥାଏ । ଏଥିରେ ବିଭିନ୍ନ ପ୍ରକାର ପରିବା, ଡ୍ରାଏ ଫ୍ରୁଟସ୍ ଆଦି ବ୍ୟବହାର କରି ତିଆରି କରନ୍ତି ।

ଆମିଷ ବିରିୟାନୀ ମଧ୍ୟରୁ ବି ଲୋକଙ୍କ ଅଧିକ ଡିମାଣ୍ଡ ଥାଏ ଚିକେନ ବିରିୟାନୀ ଏବଂ ମଟନ ବିରିୟାନୀ । ଆମିଷ ବିରିୟାନୀଟି ଏପରି ଜିନିଷ ଯାହାକୁ ବାରମ୍ବାର ଖାଇଲେ ମଧ୍ୟ କେବେ ବିରକ୍ତ ଲାଗେ ନାହିଁ । ବିରିୟାନୀ ସହ ରାଇତା ଏବଂ ଜୁସ ଖାଇବାର ମଜା ହିଁ କିଛି ଅଲଗା ଥାଏ । ଆଜି ବିଶ୍ୱ ବିରିୟାନୀ ଦିବସରେ ଲୋକେ ବିରିୟାନୀ ଖାଇ ଆନନ୍ଦର ସହ ପାଳନ କରନ୍ତୁ ।

Get real time updates directly on you device, subscribe now.