fbpx

ବିଶ୍ୱ କ୍ୟାନ୍ସର ଦିବସ: ବୋତଲ ଏବଂ ରଙ୍ଗତୂଳୀରେ କ୍ୟାନ୍ସର ସଚେତନତା ବାର୍ତ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ ଫେବୃୟାରୀରେ ପାଳିତ ହେଉଛି ବିଶ୍ୱ କ୍ୟାନ୍ସର ଦିବସ । କ୍ୟାନ୍ସର ଆକ୍ରାନ୍ତଙ୍କୁ ରୋଗ ବିଷୟରେ ସଚେତନ କରିବା ପାଇଁ ଚିତ୍ରକଳା କରିଛନ୍ତି ପ୍ରିୟଙ୍କା ସାହାଣୀ । ଏକ ବୋତଲ ଏବଂ କାର୍ଡ ବୋର୍ଡ ଜରିଆରେ ଏହି ସଚେତନତା ବାର୍ତ୍ତା ତିଆରି କରାଯାଇଥିଲା ।

ବିଭିନ୍ନ ପ୍ରକାର କ୍ୟାନ୍ସର ଯେପରିକି ମୁଖ ଗହ୍ୱର, ଚର୍ମ, ରକ୍ତ, ସ୍ତନ, ଜିହ୍ୱା, ପେଟ ଏବଂ ଜରାୟୁକୁ ରଙ୍ଗତୂଳୀରେ ସ୍ଥାନିତ କରିଛନ୍ତି । ୨୦୨୨ ପାଇଁ ଥିମ୍ ‘କ୍ଲୋଜ୍ ଦ କେୟାର ଗ୍ୟାପ୍’ ରଖାଯାଇଛି । ଏହା ସହିତ ରୋଗୀ ମାନଙ୍କୁ ଦୃଢମନା ହେବା ପାଇଁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.