fbpx

ବିଶ୍ୱକପ ୨୦୨୪: ସୁପର ୮ରେ ଆଫଗାନ ଲଢେଇ, ଚୂଡାନ୍ତ ଏକାଦଶରେ ଏହି ଖେଳାଳିଙ୍କୁ ମିଳିପାରେ ମୌକା

Advertisement

ବ୍ରିଜଟାଉନ(ବାରବାଡୋସ):ଭାରତୀୟ କ୍ରିକେଟ ଟିମ୍ ଆଜି ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ଭେଟିବା ବ୍ରିଜଟାଉନରେ ଉଭୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପର ଏହି ମ୍ୟାଚରେ ଆମ୍ନାସାମ୍ନା ହେବେ । ଏହି ମୁକାବିଲାରେ ସ୍ପିନର କୁଲଦୀପ ଯାଦବ କିମ୍ବା ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଟିମ୍ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏ ଦିଗରେ ଇସାରା କରିଛନ୍ତିା ଦ୍ରାବିଡଙ୍କ କହିବାନୁସାରେ,ୱେଷ୍ଟଇଣ୍ଡିଜର ପରିସ୍ଥିତି ମନ୍ଥର ଗତିର ବୋଲରଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ । ଉଭୟ ସ୍ପିନରକୁ ଭାରତ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ ଖେଳାଇ ନାହିଁ ।

ଭାରତ ନ୍ୟୁୟର୍କର ନାସାଉ କାଉଣ୍ଟି ଷ୍ଟାଡିୟମ୍‌ରେ ଦ୍ରୁତଗତି ବୋଲରଙ୍କ ଉପରେ ଭରସା କରିଥିଲା । କାରଣ ସେଠାକାର ‘ଡ୍ରାପ-ଇନ’ ପିଚ୍ ଦ୍ରୁତଗତି ବୋଲରଙ୍କୁ ସୁହାଉଥିଲା । ରାହୁଲ ଦ୍ରାବିଡ ସୁପର ୮ ମୁକାବିଲାର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କୌଣସି ବି ଖେଳାଳିକୁ ବାହାରେ ରଖିବା ନିଶ୍ଚିତ ଭାବରେ ମୁସ୍କିଲା ନ୍ୟୁୟର୍କରେ ଦ୍ରୁତଗତି ବୋଲରଙ୍କ ପାଇଁ ପିଚ ସ୍ପିନରଙ୍କ ପାଇଁ ଅନୁକୂଳ ରହିପାରୋ ସେଠାକାର ପରିସ୍ଥିତି କିଛି ଭିନ୍ନ ମଧ୍ୟ ଅଟୋ ଟିମ୍ ଇଣ୍ଡିଆ ଏଠାରେ ( ବାରବାଡୋସ)ରେ କିଛି ଭିନ୍ନ କରିପାରୋ କୁଲଦୀପ କିମ୍ବା ୟୁଜବେନ୍ଦ୍ରଙ୍କୁ ଏଠାରେ ସୁଯୋଗ ଦିଆଯାଇପାରେ । ଆଜିର ଏହି ହାଇଭୋଲଟେଜ ମୁକାବିଲାକୁ କ୍ରିକେଟ ପ୍ରଶଂସକ ମଧ୍ୟ ଚାହିଁ ରହିଛନ୍ତି । ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ଜମାରୁ ହାଲକାରେ ନେବ ନାହିଁ ।

Get real time updates directly on you device, subscribe now.