ବିବାହରେ ଗିଫ୍ଟ ଦିଅ ସାନିଟାରୀ ପ୍ୟାଡ୍, ବଦଳିବ ଚିନ୍ତାଧାରା

ଭୁବନେଶ୍ୱର: ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଲୋକ ବାହାଘର, ଜନ୍ମଦିନ କିମ୍ବା କୌଣସି ଉତ୍ସବରେ ସାନିଟାରୀ ପ୍ୟାଡ୍ ଉପହାରରେ ଦିଅନ୍ତୁ ବୋଲି କହିଛନ୍ତି ।

ଏ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭାତୀ କହିଛନ୍ତି, ସ୍କୁଲ, କଲେଜ ଓ କାର୍ଯ୍ୟାଳୟରେ ସାନିଠାରୀ ଭେଣ୍ଡିଂ ମେସିନ୍ ଲାଗିବ । ପ୍ରସବକାଳୀନ ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜିର ବ୍ୟବହାର କରାଯିବ ।

ଏଥିସହ ସର୍ବସାଧାରଣ କେନ୍ଦ୍ରରେ ହେବ ସ୍ତନ୍ୟପାନ କେନ୍ଦ୍ର । ଏପରି କରିବା ଦ୍ୱାରା ଋତୁସ୍ରାବ, ସ୍ତନ୍ୟପାନକୁ ନେଇ ତିବା ଟାବୁ ହଟିବ ବୋଲି କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ।