ବିଶ୍ୱର ସବୁଠୁ ମହଙ୍ଗା ପାଣି ବୋତଲ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାଧାରଣତଃ ଏକ ପାଣି ବୋତଲର ଦାମ ୧୦ରୁ ୫୦ ଟଙ୍କା ଭିତରେ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲର ଦାମ୍ କେତେ । ବିଶ୍ୱର ଏଭଳି ଏକ ପାଣି ବୋତଲ ରହିଛି, ଯେଉଁଥିରେ ଏକ ବାଇକ ମଧ୍ୟ ଆସିଯିବ । ସାଧାରଣତଃ ବଜାରରେ ପାଣି ବୋତଲର ପ୍ରାରମ୍ଭିକ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ଏଭଳି କିଛି ମହଙ୍ଗା ପାଣି ବୋତଲ ରହିଛି ଯାହାର ଦାମ୍ ହଜାରେ ପର୍୍ୟନ୍ତ ମଧ୍ୟ ଛୁଇଁଛି । ବିଶ୍ୱର ସବୁଠାରୁ ମହଙ୍ଗା ପାଣି ବୋତଲର ନାମ Fillico jewelry water   । ଏହାର ଦାମ୍ ୧ ଲକ୍ଷ ୧୫ ହଜାର ଟଙ୍କା ଅଟେ । ଏହାର ଅର୍ଥ ଏତିକି ଟଙ୍କାରେ ଆପଣ ଭଲ ବାଇକ ମଧ୍ୟ କିଣିପାରିବେ ।
ଜାପାନରେ ଏହାକୁ ନିଉନୋବିକ ୱାଟର ମଧ୍ୟ କୁହାଯାଇଥାଏ । ଏହାର ପାଣି ଜାପାନର କୋବେ ଅଞ୍ଚଳର ଏକ ଝରଣାରୁ ଅଣାଯାଇଥାଏ । ବୋତଲରେ ସ୍ୱରୋବକ୍ସୀ କ୍ରିଷ୍ଟଲ, ସୁନାର ପରସ୍ତ ଏବଂ ଚମକୁଥିବା ପୁଞ୍ଚ ଲାଗିଥାଏ । ଏହି ବୋତବର ଡିଜାଇଲ ମଧ୍ୟ ଅଲଗା ପ୍ରକାରର ରହିଥାଏ । ପାଣିର କ୍ୱାଲିଟି ହିସାବରେ ଏହାର ଦାମ୍ ରଖାଯାଇଥାଏ । ଜାପାନର ଅନେକ ଲୋକେ ଏହାକୁ କିଣି ପିଇଥାନ୍ତି ।