fbpx

ମୋଦୀଙ୍କ ଜନ୍ମଦିନରେ ବିଶ୍ୱରେକର୍ଡ: ଗାଡ଼ି ଚାଳକଙ୍କୁ ମାଗଣାରେ ବଣ୍ଟାଗଲା ୧୮ ହଜାର ହେଲମେଟ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୩ତମ ଜନ୍ମ ଦିବସ । ଏହି ଅବସରରେ ମୋଦୀ ସାରା ଦେଶବାସୀଙ୍କ ପାଇଁ ‘ବିଶ୍ୱକର୍ମା ଯୋଜନା’ ଉପହାର ଦେଇଛନ୍ତି । ଏଥିସହିତ ବିଭିନ୍ନ ସ୍ଥାନରେ ଏନେଇ କାର୍ଯ୍ୟକ୍ରମ ମାନ ଆୟୋଜନ ହେବା ସହିତ ବିଭିନ୍ନ ଢଙ୍ଗରେ ଜନ୍ମଦିନ ପାଳନ କରାଯାଉଛି । ତେବେ ମୋଦୀଙ୍କ ଜନ୍ମଦିନରେ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି ।

ସୂଚନା ମୁତାବକ, ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି ରାଜସ୍ଥାନର ଇନ୍ଦିରା ଗାନ୍ଧି ଷ୍ଟାଡିୟମଠାରେ ଦ୍ୱିପ୍ରହର ୩ଟା ସମୟରେ ‘ହେଲମେଟ ବୋଝ ନୁହେଁ’ ସନ୍ଦେଶ ଦେବା ଲକ୍ଷ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସିପି ଯୋଶୀଙ୍କ ନେତୃତ୍ୱରେ ୧୮ ହଜାର ହେଲମେଟ ମାଗଣାରେ ବଣ୍ଟନ କରାଯାଇଥିଲ । ତେବେ ଉକ୍ତ କାର୍ଯ୍ୟକ୍ରମ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି ।

ଚିତୌଡ଼ଗଡ଼ ସେବା ସଂସ୍ଥାନ ତରଫରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନିଃଶୁଳ୍କରେ ହେଲମେଟ ବଣ୍ଟାଯାଇଥିଲା । ଦୁଇ ଚକିଆ ଗାଡ଼ି ଚାଳକଙ୍କୁ ଉକ୍ତ ହେଲମେଟ ପ୍ରଦାନ କରଯାଇଥିଲା । ତେବେ ହେଲମେଟ ବଣ୍ଟନ ସମୟରେ ଚାଳକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା । ତେଣୁ ବର୍ଷା ହେଉଥିଲେ ହେଁ ଲୋକମାନେ ହେଲମେଟ ନେବାକୁ ଅପେକ୍ଷା କରି ରହିଥିଲେ । ମୋଦୀଙ୍କର ‘ମନ କୀ ବାତ’ କାର୍ଯ୍ୟକ୍ରମର ପ୍ରେରଣାକୁ ନେଇ ହେଲମେଟ ବିତରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଯୋଶୀ କହିଥିଲେ ।

Get real time updates directly on you device, subscribe now.