ରୋଗ ପାଇଁ ଡାଇପରକୁ କରିଛନ୍ତି ସାଥୀ, ଯନ୍ତ୍ରଣାରେ କଟୁଛି ଦିନରାତି
ବିଚିତ୍ର ରୋଗରେ ଆକ୍ରାନ୍ତ ଯୁବତୀ । ହଗିଜ୍ ପିନ୍ଧି କାଟୁଛନ୍ତି ଦିନ । ବିଶ୍ୱର ପ୍ରଥମ ଡାଇପର୍ କଣ୍ଟେଣ୍ଟ୍ କ୍ରିଏଟର ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ କଣ୍ଟେଣ୍ଟ କ୍ରିଏଟର ଅଛନ୍ତି । କିଏ ନିଜ ଟ୍ୟାଲେଣ୍ଟ ଦେଖେଇ ଲୋକଙ୍କୁ ଆକୃଷ୍ଟ କରୁଛି ତ ଆଉ କେତେଜଣ ଅଭଦ୍ରାମୀ କରି ସବସ୍କ୍ରାଇବର ଏକାଠି କରୁଛନ୍ତି ।
ତେବେ ସୋସିଆଲ ମିଡିଆରେ ଏମିତି ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ଭିଡିଓ ଏବଂ ଖବର ଭାଇରାଲ ହେଉଛି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।
ବିଚିତ୍ର ରୋଗ: ଆଡଲ୍ଟ ଡାଇପର ପିନ୍ଧି ସେ କରୁଛନ୍ତି ଭିଡିଓ । ତେବେ ୨୭ ବର୍ଷର ଯୁବତୀ ଡାଇପର ପିନ୍ଧିବା ପଛର କାରଣ କ’ଣ ବୋଲି ସେ ନିଜ ଭିଡିଓରେ କହିଛନ୍ତି । ୬ ହଜାର ଫଲୋୟର୍ସ ରଖିଥିବା ପ୍ରି କହିଛନ୍ତି, ସେ ମଲ୍ଟିପୁଲ ସ୍ଲେରୋସିସ୍ ରୋଗରେ ଆକ୍ରାନ୍ତ ।
ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ନାଁ ରହିଛି, ବମ୍ବଲ ପ୍ରି । ରେଗକୁ ନେଇ ସେ ଅନୁଭବ କରୁଥିବା ଯନ୍ତ୍ରଣା ବିଷୟରେ ମଧ୍ୟ ପ୍ରି କହିଛନ୍ତି । ରୋଗ ସକାଶୁ ପରିସ୍ରା ଆପେ ଆପେ ବାହାରିଯିବା କାରଣରୁ ତାଙ୍କୁ ସବୁବେଳେ ଡାଇପର ପିନ୍ଧିବାକୁ ପଡ଼ୁଛି ।
ଲକ୍ଷଣ: ଏହି ରୋଗରେ ଶରୀର ସନ୍ତୁଳନ କିଛି ମାତ୍ରାରେ ବିଗିଡ଼ିଯାଏ । ଝାଡ଼ା, ପରିସ୍ରା କରିବାବେଳେ ସେମାନେ ଜାଣିପାରନ୍ତି ନାହିଁ । ବିଶେଷ ଭାବେ କହିବାକୁ ଗଲେ ଶରୀରରେ କିଛି ପାର୍ଟ ନିସ୍କ୍ରିୟ ବା ସମ୍ବେଦନଶୀଳ ବିହୀନ ହୋଇଯାଏ ।
ଡାଇପର ବିନା ତାଙ୍କ ଜୀବନ ଅଧୁରା ବୋଲି ସେ କୁହନ୍ତି । ଏ ସମ୍ପର୍କରେ ଜାଣିବା ପରେ ପ୍ରିଙ୍କ ଫଲୋୟର୍ସ ବଢ଼ିଛନ୍ତି । ଆଉ କିଛି ତାଙ୍କର ଏ ରୋଗକୁ ଉପହାସ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।