ବିକ୍ରି ହେଲା ଦୁନିଆର ସବୁଠାରୁ ମହଙ୍ଗା ଗାଈ, ଦାମ୍ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ବିଶ୍ୱର ସବୁଠାରୁ ମହଙ୍ଗା ଗାଈ । ଏହି ଦାମରେ ଲଗଜରୀ କାରର ଦାମ୍ ବି କମ୍ ।
ନୂଆଦିଲ୍ଲୀ: ବ୍ରାଜିଲରେ ଏକ ସୁନ୍ଦର ଏବଂ ଶକ୍ତିଶାଳୀ ଧଳା ଗାଈ ବିକ୍ରି ହୋଇଛି । ଏହି ଗାଈ ବିଶ୍ୱର ସବୁଠାରୁ ମହଙ୍ଗା ଗାଈ ହେବାର ରେକର୍ଡ ରଖିଛି । ଦାମ୍ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଇର ପ୍ରଜାତି ନେଲୋର ହୋଇଥିବା ବେଳେ ଏହା ବ୍ରାଜିଲରେ ବିକ୍ରି ହେଉଛି ।
ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି । 41 କୋଟି ଟଙ୍କାରେ ଏହି ଗାଈ ବିକ୍ରି କରାଯାଇଛି । ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଈର ମାନ୍ୟତା ହାସଲ କରିଥିଲା।
ତେବେ ଦାମ୍ ଅନୁସାରେ ଗାଈର ଓଜନ ମଧ୍ୟ ଢେର ଅଧିକ ରହିଛି । ଏହାର ଓଜନ ଦୁଇ ଓଜନ ବହୁତ ଅଧିକ ଅଟେ । ଏହି ଗାଈଟିର ଓଜନ ୧୧୦୧ କେଜି ।
ଏହି ବ୍ରିଡର ଅନ୍ୟ ଗାଈ ମାନଙ୍କ ଅପେକ୍ଷା ଏହାର ଓଜନ ଦୁଇ ଗୁଣ ଅଧିକ ରହିଛି । ଓଙ୍ଗଲ କ୍ୟାଟେଲରୁ ଏହାର ନାମ ପରିବର୍ତ୍ତନ କରାଯାଇ ନେଲୋର କ୍ୟାଟେଲ କରାଯାଇଥିଲା। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।