ନୂଆଦିଲ୍ଲୀ: ଭାରତବାସୀଙ୍କ ପାଇଁ ଏବଂ ବିଶେଷ କରି ରାଜଧାନୀ ଦିଲ୍ଲୀକୁ ନେଇ ଆସିଛି ଏକ ବଡ଼ ଦୁଃଖଦ ଘଟଣା । ପୁଣିଥରେ ବିପଦମୁହାଁ ହେଉଛନ୍ତି ରାଜଧାନୀ ବାସୀ । ପୁଣିଥରେ ଦିଲ୍ଲୀର ପାଣି-ପବନରେ ଜହର ଭରିଯାଇଛି । ପୁଣିଥରେ ପ୍ରଦୂଷଣର ଶିକାର ହେଉଛନ୍ତି ଦିଲ୍ଲୀର ବାସିନ୍ଦା । ପ୍ରଦୂଷଣର ମାତ୍ରା ଏତେ ରହିଛି ଯେ, ଦିଲ୍ଲୀ ସହର ବର୍ତ୍ତମାନ ସାରା ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନ ପାଇଛି । ଯାହା ଏବେ କେବଳ ଭାରତ ନୁହେଁ, ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟଇଛି । ତେବେ ବିହାରର ବେଗୁସରାୟ ଦୁନିଆର ସବୁଠୁ ଅଧିକ ମହାନଗର ଅଞ୍ଚଳ ଭାବରେ ତାଲିକାରେ ରହିଛି ।
ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଶାକ୍ତ ହେଉଛି ପରିବେଶ । ଦିଲ୍ଲୀ ପ୍ରଦୂଷଣ ଏବେ ଭାରତ ପରେ ସାରା ବିଶ୍ୱର ପ୍ରଦୂଷିତ କ୍ୟାପିଟାଲ ସିଟି ତାଲିକାରେ ଶୀର୍ଷର୍ ସ୍ଥାନରେ ରହିଛି । ଲଗାତାର ଚତୁର୍ଥ ଥର ପାଇଁ ଏଭଳି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ରାଜଧାନୀ ଦିଲ୍ଲୀ । ଏହାବ୍ୟତୀତ ବିହାର ବେଗୁସରାୟ ବିଶ୍ୱର ସର୍ବାଧିକ ପ୍ରଦଳୂଷିତ ମହାନଗର ଅଞ୍ଚଳ ବୋଲି ଜାଣିବାକୁ ମିଳିଛି । ସ୍ୱିସ ସଂଗଠନ IQAir ବିଶ୍ୱ ବାୟୁ ଗୁଣାବତ୍ତା ରିପୋର୍ଟ ୨୦୨୩ ଅନୁସାରେ, ବାର୍ଷିକ ହାରାହାରି PM୨.୫ ସାନ୍ଦ୍ରତା ୫୪.୪ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ସହ ଭାରତ ବର୍ଷର ତୃତୀୟ ପ୍ରଦୂଷିତ ସହର ପାଲଟିଛି । ତେବେ ୧୩୪ଟି ଦେଶରୁ ଭାରତ ପୂର୍ବରୁ ବାଂଲାଦେଶ(୭୯.୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ଏବଂ ପାକିସ୍ତାନ(୭୩.୭ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ଏହି ତାଲିକାରେ ସ୍ଥାନ ପାଇଛନ୍ତି । ୨୦୧୮ ମସିହାରୁ ଲଗାତାର ଚତୁର୍ଥ ଥର ପାଇଁ ଏହି ତାଲିକାର ର୍ଶୀେରେ ରହିଛି କ୍ୟାପିଟାଲ ସିଟି ଦିଲ୍ଲୀ ।
ରିପୋର୍ଟ ଅନୁସାରେ, ୨୦୨୨ ମସିହାରେ ୫୩.୩ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ସହ ହାରାହାରି PM୨.୫ ସାନ୍ଦ୍ରତା ସହ ବିଶ୍ୱର ଅଷ୍ଟମ ପ୍ରଦୂଷିତ ସହର ରହିଥିଲା ଭାରତ । ସେପଟେ ବେଗୁସରାୟ ମଧ୍ୟ ୧୧୮.୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରର ହାରାହାରି ସାନ୍ଦ୍ରତା PM୨.୫ ଥିବା ବେଳେ ବେଗୁସରାୟ ବୈଶ୍ୱିକ ସ୍ତରରେ ସର୍ବାଧିକ ପ୍ରଦୂଷିତ ମହାନଗର କ୍ଷେତ୍ର ପାଲଟିଛି । ତେବେ ଗତବର୍ଷର ରିପୋର୍ଟରେ ବେଗୁସରାୟର ନାମ ନଥିବା ବେଳେ ବର୍ତ୍ତମାନ ଏହା ଶୀର୍ଷ ସ୍ଥାନରେ ପହଞ୍ଚିସାରିଛି ।