ଆଖି ବୁଜିଲା ବିଶ୍ୱର ସବୁଠୁ ବୟସ୍କ ଭାବେ ଗିନିଜ ବୁକରେ ନାଁ ସାମିଲ କରିଥିବା କୁମ୍ଭୀର

ନୂଆଦିଲ୍ଲୀ: ଗିନିଜ ବୁକରେ ବିଶ୍ୱର ସବୁଠାରୁ ବୟସ୍କ କୁମ୍ଭୀର ମାନ୍ୟତା ପାଇଥିବା କୁମ୍ଭୀର କେସିଅସର ମୃତ୍ୟୁ ହୋଇଛି । ତାର ମୃତ୍ୟୁ ୧୧୦ ବର୍ଷରେ ହୋଇଛି । ୧୯୮୦ ଦଶକରେ ଅଷ୍ଟ୍ରେଲିଆର ଉତ୍ତର ପ୍ରାନ୍ତରେ ଥିବା ମେରିନଲ୍ୟାଣ୍ଡ ମିଲାନେସିଆ କ୍ରୋକୋଡାଇଲ ଅଭୟାରଣ୍ୟରେ ତାକୁ ରଖାଯାଇଥିଲା । ଏନେଇ ସୂଚନା ଦେଇଛି ବନ୍ୟଜୀବ ଅଭୟାରଣ୍ୟ । ଏହି କୁମ୍ଭୀରର ଲମ୍ବା ଥିଲା ୫.୪୮ ମିଟର ଓ ଓଜନ ଥିଲା ଏକ ଟନରୁ ଅଧିକ । ତେବେ ଗତ ଅକ୍ଟୋବର ୧୫ରୁ ସେ ଅସୁସ୍ଥ ଥିଲା ବୋଲି ଏନେଇ କୁମ୍ଭୀରର ଦାୟିତ୍ୱରେ ଥିବା ସଂଗଠନ ତରଫରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

ଏନେଇ ଆଧିକାରିକ ୱେବସାଇଟରେ ଉଲ୍ଲେଖ କରାଯାଇଛି କି, କେସିଅସ ଅଭୟାରଣ୍ୟରେ ରହି ଆସୁଥିଲା । ସେ ଥିବା ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ । ଲୁଣି ପାଣିରେ ବଢିଥିବା ଏହି ମଗର ମାଛର ଜୀବନ ଅନେକଙ୍କୁ ପ୍ରେରିତ କରିଛି । ତାର ମୃତ୍ୟୁ ବନ୍ୟଜୀବ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିଛି । ସେ ସବୁ ସମୟରେ ମନେ ପଡିବ ବୋଲି କୁହାଯାଇଛି ।

ଲୁଣି ପାଣିରେ ରହୁଥିବା ସବୁଠାରୁ ବଡ ଓ ବୟସ୍କ କୁମ୍ଭୀରକୁ ୧୯୮୭ରେ ଅଷ୍ଟ୍ରେଲିଆର ଉତ୍ତରରେ ଥିବା ଅଭୟାରଣ୍ୟରେ ରଖାଯାଇଥିଲା । କେସିଅସ ଦୁନିଆର ସବୁଠାରୁ ବୃହତ୍ତକାୟ, ବୟସ୍କ କୁମ୍ଭୀର ଭାବେ ୨୦୧୩ରେ ଏହି ଖ୍ୟାତି ଅର୍ଜନ କରିଥିଲା । କେସିଅସ ଆଗରୁ ଫିଲିଫାଇନ୍ସର ଲୋଲୋଙ୍ଗ ଏହି ମାନ୍ୟତା ପାଇଥିଲା । ଲୋଲୋଙ୍ଗର ଲମ୍ବା ୬.୧୭ ମିଟର ଥିଲା ।