fbpx

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀରର ଅଛନ୍ତି ୬ ପତ୍ନୀଙ୍କ ଔରଷରୁ ୧୦ ହଜାର ସନ୍ତାନ

ନୂଆଦିଲ୍ଲୀ: ବୟସ ୧୨୪  । ୧୦,୦୦୦ ଛୁଆର ବାପା, ୬ ପତ୍ନୀର ସ୍ୱାମୀ । ଆମେ ଏଠି କୌଣସି ବ୍ୟକ୍ତିଙ୍କ ବିଷୟରେ ନୁହେଁ ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ବିଷୟରେ କହୁଛି । ଯାହାର ଆକାର ଏକ ମିନି ବସ୍ ସହ ସମାନ । ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର ହେନେରୀ । ଓଜନ ୭୦୦ କିଲୋଗ୍ରାମ ଓ ଲମ୍ବ ୧୬ ଫୁଟ ।

ସାରା ବିଶ୍ୱରେ ଏହି ବିଶାଳ କୁମ୍ଭୀରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଆତଙ୍କ ପାଇଁ ଜଣାଶୁଣା ଏହି କୁମ୍ଭୀର ଏବେ କାଟୁଛି ଆଜୀବନ କାରାଦଣ୍ଡ । ଦକ୍ଷିଣ ଆଫ୍ରିକାର ସ୍କଟବର୍ଗର କ୍ରୋକୱର୍ଲ୍ଡ ସଂରକ୍ଷଣ କେନ୍ଦ୍ରରେ ହେନେରୀକୁ ଏକୁଟିଆ କରି ରଖାଯାଇଛି ।

ହେନେରୀ ହେଉଛି ନୀଳ ନଦୀର ଏକ ନରଭକ୍ଷୀ କୁମ୍ଭୀର । ହେନେରୀ ରହୁଥିବା ପ୍ରାଣୀ ଉଦ୍ୟାନ ଅଧିକାରୀଙ୍କ ଅନୁଯାୟୀ ହେନେରୀର ୬ଟି ପତ୍ନୀ ଅଛନ୍ତି । ଏମାନେ ହେନେରୀର ୧୦,୦୦୦ରୁ ଅଧିକ ସନ୍ତାନକୁ ଜନ୍ମ ମଧ୍ୟ ଦେଇ ସାରିଲେଣି । ଦି ସନର ରିପୋର୍ଟ ଅନୁଯାୟୀ ହେନେରୀର ଲମ୍ବ ଏକ ମିନି ବସ୍ ସହ ସମାନ ।

ସେ ୧୬ ଡିସେମ୍ବର ୧୯୦୦ରେ ବୋତସ୍ୱାନାର ଓକାଭାଙ୍ଗୋ ଡେଲ୍ଟାରେ ଜନ୍ମଗ୍ରହଣ କରିଥିଲା । ହେନେରୀର ଅତୀତ ଆତଙ୍କରେ ପରିପୂର୍ଣ୍ଣ । ସେ ତା’ର ତୀକ୍ଷ୍ଣ ଦାନ୍ତ ଓ ପଞ୍ଝାରେ ଅନେକ ଲୋକଙ୍କୁ ଶିକାର କରିଛି । କେବଳ ସେତିକି ନୁହେଁ ହଜାର ହଜାର ପିଲାଙ୍କୁ ମଧ୍ୟ ମାରି ଖାଇଛି । ୧୯୦୦ ଦଶକରେ ବୋତସ୍ୱାନା ଜନଜାତି ମଧ୍ୟରେ ଆତଙ୍କ ଖେଳାଇଥିଲା ହେନେରୀ ।

ଏହାପରେ ଏଠକାର ଆଦିବାସୀ ଲୋକେ ହେନେରୀକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେମାନେ ପ୍ରସିଦ୍ଧ ଶିକାରୀଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଏହି ଶିକାରୀ କୁମ୍ଭୀରକୁ ହତ୍ୟା କରିନଥିଲେ ବରଂ ଏହାକୁ ଧରି ବନ୍ଦୀ ରଖିଥିଲେ । ଏହା ପରେ କୁମ୍ଭୀରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଏହି ବିଶାଳକାୟ କୁମ୍ଭୀରକୁ ଧରିଥିବା ଶିକାରୀଙ୍କ ନା’ ଥିଲା ସାର୍ ହେନେରୀ ନ୍ୟୁମ୍ୟାନ୍ । ଏହି ଶିକାରୀଙ୍କ ନାଁ ଆଧାରରେ କୁମ୍ଭୀରର ନାଁ ହେନେରୀ ରଖାଯାଇଥିଲା । ଗତ ତିନି ଦଶନ୍ଧି ଧରି ହେନେରୀ ସ୍କଟ୍ବର୍ଗର କ୍ରୋକୱାର୍ଲ୍ଡ ସଂରକ୍ଷଣ କେନ୍ଦ୍ରରେ ଅଛି । ହେନେରୀ ହେଉଛି ନୀଳ ନଦୀର କୁମ୍ଭୀର । ଆଫ୍ରିକାର ୨୬ଟି ଦେଶରେ ଏହି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳେ । ପ୍ରତିବର୍ଷ ଏହି ଦେଶରେ ଶହ ଶହ ଲୋକ ଏହି ପ୍ରଜାତିର କୁମ୍ଭୀରର ଶିକାର ହୁଅନ୍ତି ।

Get real time updates directly on you device, subscribe now.