fbpx

ଏଣିକି ଚିନ୍ତା ନାହିଁ : ପାଦର ଆକାର ସହ ବଢିବ ଜୋତାର ଆକାର

Advertisement

ଭୁବନେଶ୍ୱର : ପିଲାଙ୍କ ବୟସର ବୃଦ୍ଧି ସହିତ ପିଲାଙ୍କ ଶରୀରରେ ମଧ୍ୟ ବୃଦ୍ଧି ହୋଇଥାଏ । କିଛି ଦିନ ବ୍ୟବହାର କରିବା ପରେ ଜୋତା ଗୁଡିକ ଛୋଟ ହୋଇଯାଉଛି । ଏଥିଯୋଗୁଁ ପ୍ରତିବର୍ଷ ପିଲାଙ୍କ ଲାଗି ଜୋତା କିଣିବାକୁ ପଡେ । ଏନେଇ ଅଭିଭାବକଙ୍କ ଚିନ୍ତା ବଢୁଛି । କିନ୍ତୁ ଏଣିକି ଆଉ ପିଲାଙ୍କ ଲାଗି ବାରମ୍ବାର ଜୋତା କିଣିବାକୁ ପଡିବ ନାହିଁ । କଥାଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ବର୍ତ୍ତମାନ ପିଲାଙ୍କ ପାଦର ସାଇଜ ବଢିବା ସହ ଜୋତାର ମଧ୍ୟ ସାଇଜରେ ବୃଦ୍ଧି ହେବ ।

ପିଲାମାନେ କିଛି ଦିନ ଜୋତା ବ୍ୟବହାର କରିବା ପରେ ତାହା ଛୋଟ ହୋଇଯାଉଛି । ତେଣୁ ଅଭିଭାବକ ନିଜ ପିଲାଙ୍କ ପାଇଁ ବଡ ସାଇଜର ଜୋତା କିଣିଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପୁନେର ସତ୍ୟଜିତ ମିତ୍ତଲ ଏମିତି କିଛି ଚମତ୍କାର କରି ଦେଖାଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ସତ୍ୟଜିତଙ୍କ ଷ୍ଟାର୍ଟଅପ କମ୍ପାନି ଆରେଟୋ ଏମିତି ଜୋତା ତିଆରି କରିଛି, ଯାହା ପିଲାଙ୍କ ପାଦ ବୃଦ୍ଧି ହେଲେ ଜୋତାର ସାଇଜ ମଧ୍ୟ ଆପେ ବୃଦ୍ଧି ହେବ । ସତ୍ୟଜିତ ପ୍ରସ୍ତୁତ କରିଥିବା ଜୋତାର ମାତ୍ର ତିନୋଟି ସାଇଜ ରହିଛି । ଏହି ଜୋତା ପିଲାଙ୍କ ପାଦକୁ ଫିଟ ଆସିବ । କାରଣ ପିଲାମାନଙ୍କ ପାଦର ସାଇଜ ବଢିଲେ, ଜୋତାର ମଧ୍ୟ ଆକାର ବଢିବ ।

୩୦ ବର୍ଷୀୟ ସତ୍ୟଜିତ ପ୍ରାୟ ଦୁଇ ବର୍ଷ ତଳେ ବଜାରକୁ ନେଇ ଏକ ରିସର୍ଚ୍ଚ କରିଥିଲେ । ସେହି ରିସର୍ଚ୍ଚରେ ସେ ଜାଣିବାକୁ ପାଇଲେ ଯେ, ଏହି ସମସ୍ୟା କେବଳ ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ଦେଖାଯାଉଛି । ତେଣୁ ସେ ନିଜ ଲ୍ୟାବରେ ଏମିତି ଜୋତା ତିଆରି କରିବା ଆରମ୍ଭ କରିଲେ ଯାହା ବର୍ତ୍ତମାନ ମାର୍କେଟରେ ଚହଳ ପକାଇଛି । ଏନେଇ ସତ୍ୟଜିତ କହିଛନ୍ତି, ଜୋତାରେ ତିନି ଲେୟରର କପଡା ଦେଇ ତିଆରି କରାଯାଇଛି । ଯାହା ପିଲାଙ୍କ ପାଦ ଅନୁସାରେ ବଢିବ ଏବଂ କମିବ ।

Get real time updates directly on you device, subscribe now.