fbpx

କଂଗ୍ରେସରେ ଯୋଗ ଦେବା ପୂର୍ବରୁ ରେଲୱେ ଚାକିରିରୁ ଇସ୍ତଫା ଦେଲେ ଭିନେଶ ଫୋଗାଟ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ବିଗୁଲ ବାଜିସାରିଛି। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଆରମ୍ଭ କରିସାରିଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ପାର୍ଟୀରେ ଶୁକ୍ରବାର ଦିନ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ସାମିଲ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଭିନେଶ ଫୋଗାଟ କଂଗ୍ରେସରେ ସାମିଲ ହେବା ପୂର୍ବରୁ ରେଲୱେ ଚାକିରିକୁ ଇସ୍ତଫା ଦେଇଛନ୍ତି।

ରେସଲର ଭିନେଶ ଫୋଗାଟ ରେଲୱେର ଚାକିରିରୁ ଇସ୍ତଫା ଦେଇଛନ୍ତି। ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ‘ଭାରତୀୟ ରେଲୱେର ସେବା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ଜୀବନର ଏହି ମୋଡରେ ମୁଁ ସ୍ୱୟଂ ରେଲୱେ ସେବାରୁ ପୃଥକ ହେବାକୁ ନିଷ୍ପତ୍ତି ନେଇ ନିଜର ତ୍ୟାଗପତ୍ର ଭାରତୀୟ ରେଲୱେର ଅଧିକାରୀମାନଙ୍କ ପାଖେ ଦାଖଲ କରିଛି। ରାଷ୍ଟ୍ରର ସେବାରେ ରେଲୱେ ପରିବାରକୁ କୃତଜ୍ଞତା ଜଣାଇବି।’

Get real time updates directly on you device, subscribe now.