fbpx

XBB.1.5 Sub-Variant କରୋନାର ଅନ୍ୟ ଷ୍ଟ୍ରେନ ଠାରୁ କିପରି ଅଲଗା: ନୂଆ ଲହରର ରୂପ ନେବ କି, କ’ଣ କହିଲେ NTAGI ମୁଖ୍ୟ ଡାକ୍ତର

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ପୁଣି ଥରେ କରୋନାର ଆଶଙ୍କା ସୃଷ୍ଟି ହୋଇଛି । ଚୀନ ସହିତ ଏକାଧିକ ରାଷ୍ଟ୍ରରେ ଏବେ କୋଭିଡର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ତେବେ ଗତ କିଛି ମାସ ମଧ୍ୟରେ ଭାରତରେ ଏକ୍ସବିବି.୧.୫ ସବ-ଭାରିଆଣ୍ଟର କେସ ୬୫ ପ୍ରତିଶତ ବୃଦ୍ଧି ଘଟିଛି । ତେଣୁ ଏ ନେଇ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ (ଏନଟିଏଜିଆଇ)ର ମୁଖ୍ୟ ଡା. ଏନକେ ଅରୋଡ଼ା ଏହି ସବ୍ ଭାରିଆଣ୍ଟ କେତେ ଘାତକ, ନୂଆ ଲହରର ରୂପ ନେବ କି ନା ସେନେଇ ମତାମତ ଦେଇଛନ୍ତି ।

ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଚୀନର ସ୍ଥିତି ସବୁଠାରୁ ଖତରନାକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ୍ସ.ବିବି.୧.୫କୁ ନେଇ ଆଲର୍ଟ ଜାରି କରାଯାଇଛି । ଏହି ଭାରିଆଣ୍ଟର କେସ ଦୁନିଆରେ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଆମେରିକାରେ ବହୁ ପୂର୍ବରୁ ଏହି ଷ୍ଟ୍ରେନ ରହିଛି । ବର୍ତ୍ତମାନ ଏହା ୨୯ଟି ଦେଶକୁ ସଂକ୍ରମିତ ହୋଇ ସାରିଥିବା ବେଳେ ଓମିକ୍ରନର ସମସ୍ତ ଭାରିଆଣ୍ଟଠାରୁ ଏହା ଦ୍ରୁତ ଭାବେ ବ୍ୟାପୁଛି ।

ତେବେ ଏନଟିଏଜିଆଇ ମୁଖ୍ୟ ଅରୋଡ଼ା କହିଛନ୍ତି, ଏକ୍ସବିବି.୧.୫ ଭାରିଆଣ୍ଟ ଦ୍ରୁତ ଭାବେ ବ୍ୟାପୁଛି । ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକ ନାହିଁ । ସେହିପରି ଏହାକୁ ନେଇ ଆଉ ଜଣେ ଏକ୍ସପର୍ଟ କହିଛନ୍ତି, ବର୍ତ୍ତମାନ ଯେଉଁସବୁ ଦେଶରେ ଏହି ଭାରିଆଣ୍ଟ ମିଳିଛି ସେଠାରେ ଅଧିକ ସଂକ୍ରମଣ ବ୍ୟାପୁଛି । ଆମେରିକାରେ ଏଥିରେ ପାଖାପାଖି ୪୦ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ଆମେରିକା ଓ ବ୍ରିଟେନରେ ପୁରୁଣା ସର୍କୁଲେଟିଂ ଭାରିଆଣ୍ଟକୁ ଏକ୍ସବିବି.୧.୫ ରିପ୍ଲେସ କରିବା କାରଣରୁ ଏହି ଷ୍ଟ୍ରେସନ ଦ୍ରୁତ ଭାବେ ବ୍ୟାପୁଛି । ଏହା କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ଘାତକ ଅଟେ ।

Get real time updates directly on you device, subscribe now.