fbpx

ବାତ୍ୟାର ରୂପ ନେଲା ‘ୟଶ’

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଥମେ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇଛି । ପାରାଦୀପ ଠାରୁ ୫୪୦ ଓ ବାଲେଶ୍ୱରଠାରୁ ୬୫୦ କିମି ଦୂରରେ ବାତ୍ୟା ‘ୟଶ’ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟାପ୍ରତି ୪ କିମି ବେଗରେ ଉପକୂଳ ଆଡକୁ ବାତ୍ୟା ଅଗ୍ରସର ହେଉଛି । ୨୬ରେ ପାରାଦୀପ ଓ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ।

ତେବେ ସକାଳ ୮.୩୦ରୁ ୧୧.୩୦ ମଧ୍ୟରେ ଏହା ବାତ୍ୟାର ରୂପ ନେବ। ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ଅତି ଭୀଷଣ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବ ରାତି ୧୨ଟା ଯାଏ ଅନୁଭୂତ ହେବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୬୦ରୁ ୧୭୦ କିମି ଓ ବେଳେବେଳେ ୧୯୦ କିମି ମଧ୍ୟ ଛୁଇଁପାରେ। ବାତ୍ୟା ଯୋଗୁଁ ମେ’ ୨୫ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.