fbpx

ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତ ମୌସୁମୀ ବର୍ଷା, ବିପଦସଂକେତ ପାଖାପାଖି ବହୁଛି ଯମୁନାର ଜଳସ୍ତର, ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ବର୍ଷା ବ୍ୟୁତ୍ପାତ ଲାଗି ରହିଛି । ଦେଶର ଏହିସବୁ ଅଞ୍ଚଳରେ ବର୍ଷା ଜନିତ ବିଭିନ୍ନ ଦୁର୍ଘଟଣାରେ ୧୯ ଜଣ ଲୋକଙ୍କ ମୃତ୍ୟୁ ବି ହୋଇସାରିଲାଣି । ଚଳିତ ବର୍ଷା ଦିଲ୍ଲୀରେ ଗତ ୪୧ ବର୍ଷର ରେକର୍ଡ ଭାଙ୍ଗିଛି । ମୂଷଳ ଧାରାରେ ବର୍ଷା କାରଣରୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ଏବେ ଯମୁନାର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଗତ ରବିବାର ଯମୁନାର ଜଳସ୍ତର ବିପଦ ସଂକେତ ୨୦୫.୩୩ ମିଟର ତଳକୁ ଆସିଯାଇଥିଲା । ଏହାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲୋକମାନଙ୍କୁ ନଦୀ କୂଳକୁ ନ ଯିବା ଲାଗି ନିବେଦନ କରିଛନ୍ତି ।

ନଦୀର ଉପର କ୍ଷେତ୍ରରେ ଭୀଷଣ ବର୍ଷା କାରଣରୁ ଶୁକ୍ରବାର ସନ୍ଧ୍ୟା ରେ ଜଳସ୍ତର ୨୦୫.୩୩ ମିଟର ବିପଦ ସଂକେତ ସ୍ତର ଟପି ଯାଇଥିଲା । ଏହାକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ତଳୁଆ ଅଞ୍ଚଳରୁ ପ୍ରାୟ ୭,୦୦୦ ଲୋକଙ୍କୁ ଖାଲି କରି ଦିଆଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲୋକଙ୍କୁ ନଦୀ କୂଳକୁ ନ ଯିବା ଲାଗି ନିବେଦନ କରିଛନ୍ତି । ଏହା ସହିତ ଯମୁନା ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ସରକାରଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ବି କରାଯାଇଛି । ବିସ୍ଥାପିତଙ୍କ ଲାଗି କ୍ୟାମ୍ପ ଲଗାଯିବା ସହିତ ସେମାନଙ୍କ ରହିବା ଓ ଖାଇବାର ଜରୁରୀ ବ୍ୟବସ୍ଥା କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଦିଲ୍ଲୀରେ ସେତେବେଳେ ବନ୍ୟାର ଚେତାବନୀ ଦିଆଯାଏ ଯେତେବେଳେ ହରିୟାଣାର ଯମୁନା ନଗର ସ୍ଥିତ ହଥିନୀକୁଣ୍ଡ ବ୍ୟାରେଜ୍ ରୁ ଛଡା ଯାଇଥିବା ପାଣିର ମାତ୍ରା ଏକ ଲକ୍ଷ କ୍ୟୁସେକ୍ ଟପି ଯାଇଥାଏ ।

Get real time updates directly on you device, subscribe now.