fbpx

ବିପଦ ସଂକେତ ପାଖରେ ପହଞ୍ଚିଲା ଯମୁନା ନଦୀର ଜଳସ୍ତର, ଦିଲ୍ଳୀରେ ବନ୍ୟା ନେଇ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର୍ ସମତେ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳସ୍ୱରୂପ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପ୍ରଶାସନ ଶୁକ୍ରବାର ଦିନ ଯମୁନା ନଦୀର ଜଳସ୍ତର ୨୦୫.୨୨ ମିଟର ବଢ଼ିବାପରେ ଆଲର୍ଟ ଜାରି କରିଛନ୍ତି । ବର୍ତ୍ତମାନ ଏହା ନିଶ୍ଚିତ ଭାବରେ ଜଳ ୨୦୫.୩୩ ମିଟର୍ ଅର୍ଥାତ୍ ବିପଦ ସଂକେତ ଉପରକୁ ଚାଲିଯିବ ବୋଲି କୁହାଯାଇଛି ।

ପ୍ରବଳ ବର୍ଷା ଏବଂ ଜଳସ୍ତର ବିପଦ ସଂକେତ ପାର୍ କରିବାକୁ ନେଇ ଆଲର୍ଟ ଜାରି କରିବା ସହିତ ବିଭିନ୍ନ ଅଞ୍ଚଳରେ ୧୩ଟି ଜାହାଜକୁ ମୁତୟନ କରିଛନ୍ତି । ବାକି ୨୧ଟି ଜାହାଜକୁ ଷ୍ଟାଣ୍ଡବାଏରେ ରଖାଯାଇଛି । ମୁମ୍ବାଇରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ତଳିଆ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ତେଣୁ ଯମୁନା ନଦୀ ଆଖପାଖ ଅଞ୍ଚଳ ଗୁଡ଼ିକର ତଳିଆ ଅଞ୍ଚଳ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଏମାନଙ୍କୁ ସେଲଟର୍ ହୋମ୍ କୁ ସିଫ୍ଟ କରାଯାଉଛି ।

ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି । ଯମୁନା ନଦୀରେ ୨୦୫.୫୦ ମିଟର୍ ରେ ଜଳସ୍ତର ପହଞ୍ଚିବା ପରେ ତାକୁ ବିପଦ ସଂକେତ ବୋଲି ଧରାଯାଇଥାଏ । ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ ଏନସିଆର୍ ରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.