ଶବମାନଙ୍କ ପାଉଁଶକୁ ସୁପ୍ କରି ପିଅନ୍ତି ଏହି ଲୋକେ, ଏମାନଙ୍କ ପରମ୍ପରା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆର ଭିନ୍ନ ଭିନ୍ନ ଦେଶରେ ବିଭିନ୍ନ ପରମ୍ପରା ରହିଛି। ବିଶ୍ୱରେ ଅନେକ ଜନଜାତି ମଧ୍ୟ ଅଛନ୍ତି। ଯେଉଁମାନଙ୍କ ବିଭିନ୍ନ ପରମ୍ପରା ରହିଥାଏ। ଏଥିରୁ ଅନେକ ଜନଜାତିମାନଙ୍କ ପରମ୍ପରା ଅଜବ ରହିଥାଏ। ସାଧାରଣତଃ ଏହି ପରମ୍ପରା ଗୁଡିକୁ ସାଧାରଣ ମଣିଷ ଶୁଣି, ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥାଏ। ଦୁନିଆରେ ଏକ ଏଭଳି ସ୍ଥାନ ଅଛି, ଯେଉଁଠାରେ ମରିବା ପରେ ମଧ୍ୟ ଲୋକଙ୍କ ଶବର ପାଉଁଶରେ ସୁପ୍ କରି ପିଆଯାଏ। ଏହି ପରମ୍ପରା କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା..

ଦକ୍ଷିଣ ଆମେରିକାର ୟାନୋମାମି ଜନଜାତିର ଲୋକେ, ମଣିଷଙ୍କ ଶବଦାହର ଅଜବ ପରମ୍ପରା ରହିଛି। ୟାନୋମାମି ଜନଜାତି ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିଥାଏ। ଏହି ଜନଜାତିର ଲୋକଙ୍କୁ ୟାନମ ବା ସେନେମା ନାମରେ ଡକାଯାଇଥାଏ। ଏହି ଜନଜାତିର ଲୋକେ ବେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ ରହିଥାଏ। ଏହି ଜନଜାତି ସଭ୍ୟତାର ବିକାଶରେ ଆଜି ମଧ୍ୟ ବହୁ ପଛରେ ରହିଛି।

ଏଠାରେ ଲୋକଙ୍କ ପରମ୍ପରା ପାଶ୍ଚାତ୍ୟ ସଭ୍ୟତାଠାରୁ ଭିନ୍ନ ହୋଇଥାଏ। ଦକ୍ଷିଣ ଆମେରିକାରେ ଥିବା ଏହି ଜନଜାତିରେ ଶବଦାହ ପ୍ରକ୍ରିୟା ଦୁନିଆଠାରୁ ଭିନ୍ନ ଅଟେ। ୟାନୋମାମି ଜନଜାତିର ଲୋକେ ନିଜ ପରିବାରର ମୃତ ବ୍ୟକ୍ତିଙ୍କ ଶବକୁ ପୋଡିବା ପରେ ବଞ୍ଚିଥିବା ପଉଁଶରେ ସୁପ କରି ପିଅନ୍ତି। ଏହି ପରମ୍ପରାକୁ ଏଣ୍ଡୋକାନିବାଲିଜମ କୁହାଯାଇଥାଏ।

Get real time updates directly on you device, subscribe now.