ଭୁବନେଶ୍ୱର : ଆଜିଠୁ ବଢିବ କାଳବୈଶାଖିର ପ୍ରଭାବ। ଏ-ନେଇ ପାଣିପାଗ ବିଭାଗ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି …
ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡରେ ଘଡ଼ଘଡି ସହିତ ବର୍ଷା ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏସବୁ ସ୍ଥାନରେ ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।
ସେହିପରି ୧୨ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କୋରାପୁଟ୍, ମାଲକାନଗିରି, ରାୟଗଡା,ମୟୂରଭଂଜ ଓ କେନ୍ଦୁଝରରେ କେନ୍ଦୁଝରରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।୩୦ ରୁ ୪୦ କିମି ବେଗରେ ପବନ ବହିବ। ୧୩ ରୁ ୧୬ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଗତକାଲି କାଳବୈଶାଖି ପ୍ରଭାବରେ କେନ୍ଦୁଝରରେ ୧୯.୩ ମିମି ଓ ଦାରିଙ୍ଗିବାଡିରେ ୧୦ ମିମି ବର୍ଷା ରେକର୍ଡ଼ ହୋଇଛି।