fbpx

ପ୍ରଥମଥର ନଜର ଆସିଲା ହଳଦିଆ ପେଙ୍ଗୁଇନ୍, ଫଟୋ ଭାଇରାଲ

ପ୍ରଥମଥର ପାଇଁ ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ପେଙ୍ଗୁଇନର ଫଟୋ କ୍ଲିକ୍ କରିଛନ୍ତି । ହଳଦିଆ ପେଙ୍ଗୁଇନ୍ ଘଟଣା ଦେଖାଯିବାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ୟେଭେସ୍ ଏଡମ୍ସ ନାମକ ଫଟୋଗ୍ରାଫର ସାଉଥ ଆଣ୍ଟଲାଣ୍ଟିକ ଆଇଲ୍ୟାଣ୍ଡରେ ଏହି ପ୍ରଜାତିର ପେଙ୍ଗୁଇନକୁ ଦେଖିଛନ୍ତି ।

ସୋସିଆଲ ମିଡିଆରେ ଫଟୋ ପୋଷ୍ଟ ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ଧଳା ଓ କଳା ରଙ୍ଗର ପେଙ୍ଗୁଇନ୍ ଦେଖିବାକୁ ମିଳିଥିଏ । କିନ୍ତୁ ଏହି ନୂଆ ପେଙ୍ଗୁଇନରେ ଧଳା ଓ ହଳଦିଆ ରଙ୍ଗ ଦେଖିବାକୁ ମିଳିଛି ।

ବେଲଜିୟମରେ ରହୁଥିବା ଏଡମ୍ସଙ୍କ କହିବା ମୁତାବକ, ଆଇଲ୍ୟାଣ୍ଡରେ ଏକ ଲକ୍ଷ ପାଖାପାଖି ପକ୍ଷୀ ରହିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ହଳଦିଆ ପେଙ୍ଗୁଇନ୍ ମାତ୍ର ଗୋଟିଏ ରହିଛି । ସେ ବି ଏହା ପୂର୍ବରୁ କେବେ ହଳଦିଆ ପେଙ୍ଗୁଇନ୍ ଦେଖିନଥିଲେ ।

Get real time updates directly on you device, subscribe now.