fbpx
BSKY
BJD YOUTH SKY
BJD MS SKY

ରାଜ୍ୟରେ କାଳବୈଶାଖୀ କମାଇଲା ଗ୍ରୀଷ୍ମ ତାତି: ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଲୋକମାନେ ଅସହ୍ୟ ଖରାରେ କଲବଲ ହେଉଥିବା ବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହରର ପାରଦ ରହିଛି । ନୂଆପଡ଼ାରେ ୩୯.୪, ଝାରସୁଗୁଡ଼ା ୩୮.୬, ପାରଳାଖେମୁଣ୍ଡି ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ସୁନ୍ଦରଗଡରେ ୩୭.୫, ବାରିପଦା ୩୭.୪, ମାଲକାନଗିରି ୩୬.୯, ଯାଜପୁର ଓ ଛତ୍ରପୁରରେ ତାତି ୩୭ ଡିଗ୍ରୀ, ବାଲେଶ୍ୱର ୩୬.୭, ରାଉରକେଲା ୩୬.୪, ଗୋପାଳପୁର ୩୬.୨, ଭୁବନେଶ୍ୱର ୩୬.୧, ରାୟଗଡ଼ା ୩୬, କଟକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଗୁରୁଚାପର ପ୍ରଭାବ ହ୍ରାସ ହେବା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ଏହାଫଳରେ ତାପମାତ୍ରା ହ୍ରାସପାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.