fbpx

ୟୋ ୟୋ……ହନି ସିଂଙ୍କ ନୂଆ ଗର୍ଲଫ୍ରେଣ୍ଡ! ମଲାଇକା ଭଳି ଦିଶୁଛନ୍ତି, ଜୋରରେ ଧଡକୁଛି ରେପରଙ୍କ ଦିଲ…

ଓଡିଶା ଭାସ୍କର: ରେପର ହନି ସିଂ (YO YO HONEY SINGH ), ଏବେ ନୂଆ ପ୍ରେମରେ! ଯାହାଙ୍କୁ ତାଙ୍କ ସହ ଯୋଡା ଯାଉଛି ସେ ହେଉଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀର ନାମୀଦାମୀ ଅଭିନେତ୍ରୀ । ବଲିଉଡର ବିବାଦୀୟ ସିନେମାର ସେ ଅଂଶବିଶେଷ ମଧ୍ୟ । କଥିତଭାବରେ ହନି ସିଂଙ୍କ ନାମକୁ ବର୍ତ୍ତମାନ ସୌନ୍ଦର୍ଯ୍ୟମୟୀ ସେକ୍ସି ଅଭିନେତ୍ରୀ ହୀରା ସୋହେଲଙ୍କ ସହ ଯୋଡା ଯାଉଛି । ରିପୋର୍ଟ ଅନୁସାରେ ହନି ସିଂଙ୍କୁ ସେ ଦୀର୍ଘ ବର୍ଷେ ହେବ ଡେଟ କରୁଛନ୍ତି । ଏକ କନସର୍ଟରେ ଉଭୟେ ଉଭୟଙ୍କୁ ଦେଖିଥିଲେ । ସେହି କନସର୍ଟରେ ସେ ବି ଥିଲେ । ହୀରାଙ୍କୁ ପଞ୍ଜାବର ମଲାଇକା ଆରୋଡା କୁହାଯାଏ । ସେ ଅବିକଳ ମଲାଇକା ଭଲି ଲାଗନ୍ତି । ସେଥିପାଇଁ ଲୋକେ ତାଙ୍କୁ ମଲାଇକା ସହ ତୁଳନା ମଧ୍ୟ କରୁଛନ୍ତି ।

ହୀରା ସୋହଲ ‘ବୁହାରତ ହୀରେ ଦି’, ‘ପ୍ୟାର ହୈ ଡ୍ରାମା’ ତଥା ‘ଭିକ୍ଟୋରିଆ ଏକ ରହସ୍ୟ’ ପାଇଁ ବେଶ୍ ଲୋକପ୍ରିୟ ଅଟନ୍ତି । ନିଜ କାମ ସହ ସେ ସୋସିଆଲ ମିଡିଆରେ ବାୟା ହୁଅନ୍ତି ସର୍ବଦା । ତାଙ୍କୁ ସୋସିଆଲ ମିଡିଆ ଖୁବ ପସନ୍ଦ ମଧ୍ୟ । ନିଜର ସୌନ୍ଦର୍ଯ୍ୟଭରା ଗ୍ଲେମରିୟସ ଫଟୋରେ ସେ ବେଶ୍ ସୁନ୍ଦର ଓ ବୋଲ୍ଡ ଦେଖାଯାଆନ୍ତି । ଏବେ ଉଭୟ ହୀରା ଓ ହନି ପ୍ରେମର ମଧୁ ଚାଖୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.